ଭୁବନେଶ୍ବର: ଜାପାନର ଅଗ୍ରଣୀ ଆପ୍ଲାଏନ୍ସେସ୍ ବ୍ରାଣ୍ଡ୍ ପାନାସୋନିକ୍ ପକ୍ଷରୁ ସହିଦନଗର ଠାରେ ନୂଆ ସ୍ବତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ ଖୋଲାଯାଇଛି। ନୂଆ ଆଉଟ୍ଲେଟ୍କୁ କଂପାନିର ଶାଖା ମୁଖ୍ୟ ଦୁର୍ଗେଶ ଶୁକ୍ଳା ଓ ବ୍ରାଣ୍ଡ୍ ସପ୍ର ତତ୍ତ୍ବାବଧାୟକ ଆଦିତ୍ୟ ପଟୋଦିଆ ଓ ସ୍ନେହାଲ୍ ପଟୋଦିଆ ଉଦ୍ଘାଟନ କରିଛନ୍ତି। ଏହା ହେଉଛି ଭୁବନେଶ୍ବରରେ ତୃତୀୟ ଓ ରାଜ୍ୟର ଦଶମ ବ୍ରାଣ୍ଡ୍ ଆଉଟ୍ଲେଟ୍। ନୂଆ ଷ୍ଟୋର୍ରେ ପାନାସୋନିକର ସମସ୍ତ ପ୍ରକାର ଉତ୍ପାଦ ଯଥା ରେଫ୍ରିଜରେଟର, ଏଲ୍ଇଡି ଟିଭି, ୱାସିଂ ମେସିନ୍, ମାଇକ୍ରୋୱେଭ୍, ହେୟାର ଷ୍ଟ୍ରେଟେନର୍, ମିକ୍ସଚର୍ ଗ୍ରାଇଣ୍ଡର୍ ଆଦି ଡିସ୍ପ୍ଲେ ଓ ବିକ୍ରି ପାଇଁ ଉପଲବ୍ଧ ରହିଛି। ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ରିହାତି, ଫାଇନାନ୍ସ ଓ ନିଶ୍ଚିତ ଉପହାର ସୁବିଧା ରହିଛି। ଏହି ଅବସରରେ କଂପାନିର ଏରିଆ ମ୍ୟାନେଜର ତୃପ୍ତିକାନ୍ତ ଦାସ ଓ ମାର୍କେଟିଂ ପ୍ରବନ୍ଧକ ଏସ୍ ରଫିକୁଲ୍ଲା ଉପସ୍ଥିତ ଥିଲେ। ଆଗାମୀ ଦିନରେ କଂପାନି ଅଧିକ ଷ୍ଟୋର୍ ଖୋଲିବାକୁ ଯୋଜନା ରଖିଛି।
ପାନାସୋନିକ୍ର ନୂଆ ସ୍ବତନ୍ତ୍ର ଆଉଟ୍ଲେଟ୍
/sambad/media/post_attachments/wp-content/uploads/2021/01/4g56s456g4d564s56g456gsg.jpg)