ବଜେଟ୍‌ ଅଟକଳ ବ୍ୟୟରେ ପଞ୍ଚାୟତିରାଜ ବିଭାଗ ଆଗରେ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ବଜେଟ୍‌ ବ୍ୟୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଗରେ ରହିଛି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କରିଥିବା ସମୀକ୍ଷାରୁ ଏହା ଜଣାପଡ଼ିିଛି।
ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ମୋଟ ୧,୧୩,୦୬୭ କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦରୁ ୨୯,୪୭୪ କୋଟି ଟଙ୍କା (୨୭%) ଖର୍ଚ ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୬୭୫୪ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ କରିଛି। ଏହି ବିଭାଗ ପାଇଁ ବଜେଟ୍‌ରେ ୧୩,୭୩୪ କୋଟି ୩୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା। ତାହାର ୪୯.୧୮% ଅର୍ଥକୁ ବିଭାଗ ଖର୍ଚ କରିପାରିଛି। ଅତିରିକ୍ତ ବଜେଟ୍‌ରେ ଏହି ବିଭାଗକୁ ଅଧିକ ଅର୍ଥ ମିଳିବ ବୋଲି ଆଶା କରାଯାଉଛି।
ଗ୍ରାମ ଉନ୍ନୟନ ବିଭାଗ ୧୨୪୫ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ କରିଛି। ଗତବର୍ଷ ଜୁଲାଇ ଶେଷ ସୁଦ୍ଧା ଏହି ବିଭାଗର ବଜେଟ୍‌ ଖର୍ଚ ପରିମାଣ ୨୧୩୩ କୋଟି ୭୫ ଲକ୍ଷ ଟଙ୍କା ଥିଲା। ଶକ୍ତି ବିଭାଗ ବଜେଟ୍‌ ଅଟକଳର ୩୨% ଅର୍ଥ ବ୍ୟୟ କରିଛି। ଗତବର୍ଷ ଶକ୍ତି ବିଭାଗକୁ ୧୭୪୦ କୋଟି ୬୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ତାହାକୁ ୧୯୮୩ କୋଟି ୬୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୧୬୧୭ କୋଟି ୮୭ ଲକ୍ଷ ଟଙ୍କା ବ୍ୟୟ କରିଛି ଯାହା ମୋଟ ବଜେଟ୍‌ ଅର୍ଥର ୩୧% ସହ ସମାନ। ଜଳ ସମ୍ପଦ ବିଭାଗକୁ ବଜେଟ୍‌ରେ ୧୦,୨୧୧ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ଏହା ୨୬୭୦ କୋଟି ଟଙ୍କା ବ୍ୟୟ କରିଛି। ପୂର୍ତ୍ତ ବିଭାଗ ୨୫.୩୨%, କୃଷି ବିଭାଗ ୨୮.୦୬% ବଜେଟ୍‌ ଅର୍ଥକୁ ଖର୍ଚ କରିଛି।

ସମ୍ବନ୍ଧିତ ଖବର