କରୋନା ଯୋଗୁଁ ଦେଶର ଖୁଚୁରା ଋଣ ବଜାର ପ୍ରଭାବିତ ହେବ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ପ୍ରଭାବରେ ଖୁଚୁରା ଋଣ ବଜାରରେ ଚାହିଦା ଓ ଯୋଗାଣକୁ ନେଇ ଅସମାନତା ଦେଖାଦେବ ବୋଲି ଟ୍ରାନ୍ସୟୁନିଅନ ସିବିଲ ଏହାର ସଦ୍ୟତମ ରିପୋର୍ଟରେ ଜଣାଇଛି । ପୂର୍ବ ଆର୍ଥିକ ସଙ୍କଟକୁ ବିଚାରକୁ ନେଇ ଏହି ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି । କିଭଳି ଆର୍ଥିକ ସେବା କ୍ଷେତ୍ର ପ୍ରଭାବିତ ହେବାକୁ ଯାଉଛି ତାହାକୁ ନେଇ ରହିଥିବା ଅନେକ ପ୍ରଶ୍ନର ଉତ୍ତର ଏହି ରିପୋର୍ଟ ମାଧ୍ୟମରେ ବାହାର କରିବାକୁ ପ୍ରୟାସ କରାଯାଇଛି । ଟ୍ରାନ୍ସୟୁନିଅନ ସିବିଲ ଏହା ଜଣାଇବାକୁ ଚାହୁଛି ଯେ ଋଣ ପ୍ରଦାନକାରୀମାନେ ନିର୍ଦିଷ୍ଟ ବିଷୟକୁ ନେଇ ନିଜ ଯୋଜନା ପ୍ରସ୍ତୁତ କରିବା ଦରକାର ଏବଂ ଏହି ଅଭାବନୀୟ ସମୟରେ ବିପଦ ପୋର୍ଟଫୋଲିଓକୁ ସଠିକ ଭାବେ ପରିଚାଳନା କରି ସେମାନେ ଗ୍ରାହକଙ୍କୁ ସହାୟତା ଦେଇପାରିବେ ।

ରିପୋର୍ଟରୁ ଜଣାପଡ଼ିଛି ଯେ କୋଭିଡ-୧୯ ପ୍ରଭାବରେ ଗ୍ରାହକଙ୍କ ମନସ୍ତତ୍ୱ ଗଭୀର ଭାବେ ପ୍ରଭାବିତ ହୋଇଛି । ଫଳରେ ·ହିଦା ଓ ବ୍ୟୟ ଗୁରୁତର ଭାବେ ହ୍ରାସ ପାଇଛି । ଲୋକମାନଙ୍କ ଦରମା କରିଥିବା ବେଳେ ଛଟେଇ ମଧ୍ୟ  ହୋଇଛି । ଲୋକମାନଙ୍କ ଆର୍ଥିକ ସ୍ଥିତି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଲୋକମାନଙ୍କ ମାନସିକତା ପ୍ରଭାବିତ ହୋଇଥିବା ବେଳେ ଚାହିଦା ଓ ବ୍ୟୟ ପ୍ରଭାବିତ ହୋଇଛି । ଏହାର ପ୍ରଭାବ ଭବିଷ୍ୟତରେ ମଧ୍ୟ ଖୁଚୁରା ଋଣ ବଜାର ଓ ସଂପତ୍ତିର ମାନକୁ ପ୍ରଭାବିତ କରିବ । ସୁରକ୍ଷିତ ଋଣ ଉତ୍ପାଦଗୁଡ଼ିକର ଚାହିଦାରେ ଦ୍ରୁତ ହ୍ରାସ ଘଟିବ ବୋଲି ରିପୋର୍ଟରେ କୁହାଯାଇଛି । ଆର୍ଥିକ ସୁରକ୍ଷା ପ୍ରଦାନ କରୁଥିବା କ୍ରେଡିଟ କାର୍ଡ ଓ ବ୍ୟକ୍ତିଗତ ଋଣ ପୋର୍ଟଫୋଲିଓରେ ବୃଦ୍ଧି ଘଟିବ । ନୂତନ ଫିନଟେକ ସଂସ୍ଥାଗୁଡ଼ିକ ଗ୍ରାହକଙ୍କୁ ଅନେକ ବିକଳ୍ପ ପ୍ରଦାନ କରୁଛନ୍ତି । ଖୁଚୁରା ଋଣ ଉତ୍ପାଦ ବର୍ଗରେ ମଂଜୁରି ହ୍ରାସ ପାଇବ ବୋଲି ଟ୍ରାନ୍ସୟୁନିଅନ ସିବିଲ ଏହାର ରିପୋର୍ଟରେ ଜଣାଇଛି । ଅସୁରକ୍ଷିତ ଋଣ ଉତ୍ପାଦଗୁଡ଼ିକର ସଂପତ୍ତି ମାନ ଗୁରୁତର ଭାବେ ପ୍ରଭାବିତ ହେବ । ମୋରାଟୋରିଅମ ଅବଧି ଶେଷ ହେବା ପରେ ଅନେକ ଗ୍ରାହକଙ୍କ ଋଣ ପରିଶୋଧ କରିବାର କ୍ଷମତା ନରହିଲେ ତାହା ଆର୍ଥିକ ସଂସ୍ଥାଗୁଡ଼ିକୁ ପ୍ରଭାବିତ କରିବ । ସାମାଜିକ ଦୂରତ୍ୱ ନିୟମ ଓ ଅନ୍ୟାନ୍ୟ ଗାଇଡଲାଇନ ଜାରି ରହିଲେ ସଂସ୍ଥାଗୁଡ଼ିକ ପ୍ରଭାବଶାଳୀ ଢଙ୍ଗରେ ଋଣ ଅର୍ଥ ସଂଗ୍ରହ କରିପାରିବେ ନାହିଁ । କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚରୀମାନେ ଅସୁବିଧା ସାମ୍ନା କରିବ । ଅତୀତର  ସଙ୍କଟରୁ ଏହା ଜଣାପଡ଼ିଛି ଯେ ସମସ୍ୟା ସମୟରେ ଗ୍ରାହକମାନେ ପ୍ରଥମେ ବନ୍ଧକ ରଖି ଆଣିଥିବା ଋଣ ପରିଶୋଧ କରନ୍ତି ଏହା ପରେ ବ୍ୟକ୍ତିଗତ ଋଣ ଓ କାର୍ଡ ବକେୟା ଶୁଝିବା ଉପରେ ଗୁରୁତ୍ୱ ଦିଅନ୍ତି ।

ସମ୍ବନ୍ଧିତ ଖବର