ଡ୍ୟୁକ୍‌କୁ ‘ପଞ୍ଜାବ ଏମ୍ଏସ୍‌ଏମ୍ଇ ପୁରସ୍କାର’ ୨୦୧୮

ଭୁବନେଶ୍ବର,: ଡ୍ୟୁକ୍ ଫେସନ୍ସ ଇଣ୍ଡିଆ ଲିମିଟେଡ୍‌କୁ ପଞ୍ଜାବ ଏମ୍ଏସ୍‌ଏମ୍ଇ ପୁରସ୍କାର ୨୦୧୮ ପ୍ରଦାନ କରାଯାଇଛି। ଏମ୍ଏସ୍ଏମ୍‌ଇ କ୍ଷେତ୍ର ପ୍ରତି ବିଶେଷ ଅବଦାନ ପାଇଁ କଂପାନିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚଣ୍ଡିଗଡ଼ ଠାରେ ଆୟୋଜିତ ଉଦ୍ୟମୀ ସମ୍ମାନ ପୁରସ୍କାର ସମାରୋହରେ ପଞ୍ଜାବର ଅର୍ଥମନ୍ତ୍ରୀ ଏସ୍‌ ମନପ୍ରୀତ ସିଂହ ବାଦଲଙ୍କ ଠାରୁ ଡ୍ୟୁକ୍ ଫେସନ୍ସର ନିର୍ଦେଶକ କୁନ୍ତଲ ରାଜ ଜୈନ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ପାଇ ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି ଶ୍ରୀ ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର