ଭୁବନେଶ୍ବର: ପଙ୍କଜ କୁମାର ନାୟକ ଓଡିଶା ରାଜ୍ୟ ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗତ ତିନି ବର୍ଷ ହେଲା ଉତ୍ତର ପ୍ରଦେଶ ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ ଭାବେ କାର୍ଯ୍ୟ କରୁଥିଲେ। ଲୋକପାଳ ହେବା ପୂର୍ବରୁ ଶ୍ରୀ ନାୟକ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ କାର୍ଯ୍ୟାଳୟରେ ବିଭିନ୍ନ ପଦପଦବୀରେ ଦାୟିତ୍ବ ସମ୍ପାଦନ କରିଥିଲେ। ତାଙ୍କ ଦକ୍ଷତା ଏବଂ କାର୍ଯ୍ୟକୁଶଳତାରୁ ଓଡିଶାର ବ୍ୟାଙ୍କ ଗ୍ରାହକ ଉପକୃତ ହେବେ ବୋଲି ଆଶା କରାଯାଉଛି। ଶ୍ରୀ ନାୟକଙ୍କ ଘର ଢେଙ୍କାନାଳ ଗଣେଶ ବଜାରରେ ଓ ସେ ସ୍ବର୍ଗତ ଉଦୟନାଥ ନାୟକ ଓ ସୁଲୋଚନା ନାୟକଙ୍କ ପୁତ୍ର।
ପଙ୍କଜ ନାୟକ ଓଡ଼ିଶା ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ
/sambad/media/post_attachments/wp-content/uploads/2022/04/sf654h65sfh4fsh1h321f32sfshfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)