ଭୁବନେଶ୍ବର: ଆସନ୍ତା ୨୦୨୦ ସୁଦ୍ଧା ପାରାଦୀପ ହେବ ଦେଶର ୧ ନମ୍ବର ବିମାନ ବନ୍ଦର। ଏବେ ପାରାଦୀପର ମାଲ ପରିବହନ କ୍ଷମତା ୬୮ ନିୟୁତ ଟନ ଥିବାବେଳେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହାକୁ ୧୧୨ ନିୟୁତ ଟନ୍ ଏବଂ ୨୦୨୦ ସୁଦ୍ଧା ୨୦୦ ନିୟୁତ ଟନକୁ ବୃଦ୍ଧି କରାଯିବ ବୋଲି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ରସାୟନ, ପେଟ୍ରୋରସାୟନ ଓ ପ୍ଲାଷ୍ଟିକ ପରିବେଶ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। ଏହି ଅଧିବେଶନରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇ ବାଲେଶ୍ବର ଜିଲ୍ଲାର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ରସାୟନ ଓ ପେଟ୍ରୋରସାୟନ ପ୍ରକଳ୍ପ ସ୍ଥାପନ ପାଇଁ ସୁବିଧା ରହିଛି ବୋଲି କହିଥିଲେ। ସେହଭଳି ଓଡ଼ିଶାରେ ସୁଦୀର୍ଘ ଉପକୂଳ ଓ ଜୈବ ବିବିଧତା ରହିଥିବାରୁ ଏଠାରେ ଔଷଧ କମ୍ପାନି ଓ ପୁଷ୍ଟିକର ତତ୍ତ୍ବ ଥିବା ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନି ଗୁଡ଼ିକ ପାଇଁ କାରଖାନା ସ୍ଥାପନର ସୁଯୋଗ ରହିଛି ବୋଲି ସେ କହିଥିଲେ। ଏତଦବ୍ୟତୀତ ଭୁବନେଶ୍ବରରେ ଏକ ସ୍ପେସାଲିଟି କେମିକାଲ ପାର୍କ ସ୍ଥାପନ ପାଇଁ ସୁବିଧା ରହିଛି ବୋଲି ସେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇଓସିଏଲ ଇଡି ଅବିନାଶ ବର୍ମା, ପିପିଏଲର ସିଇଓ ରଂଜିତ ଚୁଘ୍, ଟୋରେ ଇଣ୍ଡଷ୍ଟ୍ରିଜର ବରିଷ୍ଠ ଅଧିକାରୀ ଅଜୟ ସିରୋହି, ସେମ୍ବକର୍ପର ବରିଷ୍ଠ ଅଧିକାରୀ ରାଜେଶ ପ୍ରଭାକର ଜୋଲଡେଓ ପ୍ରମୁଖ ଉପସ୍ଥିତ ଥିଲେ।
ପାରାଦୀପ ହେବ ୧ ନମ୍ବର ବନ୍ଦର
/sambad/media/post_attachments/wp-content/uploads/2018/11/Paradip-Port-696x357.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)