୨୪ ଘଣ୍ଟାରେ ଚଳାଚଳ କଲା ୩୦ ଜାହାଜ : ପାରାଦୀପ ବନ୍ଦର ସର୍ବକାଳୀନ ରେକର୍ଡ

ପାରାଦୀପ: ଜାହାଜ ଚଳାଚଳରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର ।  ପୂର୍ବରୁ ୨୪ ଘଣ୍ଟା ଭିତରେ ୨୭ଟି ଜାହାଜ ପାରାଦୀପ ବନ୍ଦର ପୋତାଶ୍ରୟରେ ଚଳାଚଳ କରିଥିବା ବେଳେ ଗତକାଲି ୩୦ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ।

ଗୋଟିଏ ଦିନରେ ପାରାଦୀପ ପୋର୍ଟରେ ୩୦ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ଭିତରେ ୧୦ଟି ଜାହାଜ ବନ୍ଦର ଭିତରକୁ ଆସିଥିବା ବେଳେ ୯ଟି ଜାହାଜ ବନ୍ଦର ପୋତାଶ୍ରୟରୁ ବାହାରକୁ ଯାଇଛି । ସେହିଭଳି ବିଭିନ୍ନ ପଣ୍ୟସାମଗ୍ରୀ କାରବାର ପାଇଁ ୧୧ଟି ଜାହାଜକୁ ସ୍ଥାନାନ୍ତରିତ କରାଯାଇଛି । ଆହୁରି ୩୯ଟି ଜାହାଜ ବନ୍ଦର ଭିତରକୁ ଆସିବା ପାଇଁ ଆଙ୍କରେଜ୍ ଏରିଆରେ ଅପେକ୍ଷା କରି ରହିଥିବା କହିଛନ୍ତି ବନ୍ଦର କର୍ତୃପକ୍ଷ । ପାରାଦୀପ ପୋର୍ଟର ଏହି ରେକର୍ଡ ପାଇଁ ବନ୍ଦରର ଶ୍ରମିକ ଓ କର୍ମଚାରୀଙ୍କୁ ଶ୍ରେୟ ଦିଆଯାଇଛି।

 

୨୦୧୮ରେ ପାରାଦୀପ ବନ୍ଦର ୧୦୯ ମିଲିୟନ୍ ଟନ୍ ପଣ୍ୟସାମଗ୍ରୀ କାରବାର କରି ଦେଶରେ ଦ୍ୱିତୀୟ ବୃହତ ବନ୍ଦର ମାନ୍ୟତା ପାଇଥିଲା । ଚଳିତ ବର୍ଷ ୧୨୦ ମିଲିୟନ୍ ଟନ୍ ପଣ୍ୟସାମଗ୍ରୀ କାରବାର କରି ଏକ ନମ୍ବର ବୃହତ ବନ୍ଦର ମାନ୍ୟତା ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପାରାଦୀପ ବନ୍ଦର ଉପ-ସଂରକ୍ଷକ । ସମୟ କ୍ରମେ ପାରାଦୀପ ବନ୍ଦର ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ବେଳେ ଆଗକୁ ଏହା ଦେଶର ଶ୍ରେଷ୍ଠ ବନ୍ଦର ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର