ଭୁବନେଶ୍ବର: ମୁମ୍ବାଇରେ ଆରମ୍ଭ ହୋଇଥିବା ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ୨୩୦୦ କୋଟି ଟଙ୍କାର ୫ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛନ୍ତି। ପୁରୀରେ ୫୦୦ କୋଟି ଟଙ୍କାର ଏକ କ୍ରୁଜ୍ ଟର୍ମିନାଲ୍ ବିକାଶ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ଓ ଓଡ଼ିଶା ମାରିଟାଇମ୍ ବୋର୍ଡ ମଧ୍ୟରେ ବୁଝାମଣା ହୋଇଛି। ପରିବହନ ସଚିବ ଉଷା ପାଢ଼ୀ ଓ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ୍ ହରନାଦ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ସେହିପରି ୧୦୦୦ କୋଟି ଟଙ୍କାର ବାହୁଦା ବନ୍ଦର ରେଳ ସଂଯୋଗ ପ୍ରକଳ୍ପ ପାଇଁ ପାରାଦୀପ ବନ୍ଦର ଓ ପାରାଦୀପ ରେଳ କର୍ପୋରେସନ୍ ଲିମିଟେଡ୍ (ପିଆର୍ସିଏଲ୍) ମଧ୍ୟରେ ଏକ ବୁଝାମଣା ହୋଇଥିଲା। ୩୦୦ କୋଟି ଟଙ୍କା ନିବେଶରେ ଏକ ମାରିଟାଇମ୍ ମ୍ୟୁଜିୟମ୍ ଓ ଲଜିଷ୍ଟିକ୍ସ ପାର୍କ ବିକାଶ କରିବା ଲାଗି ଇଣ୍ଡିଆନ୍ ପୋର୍ଟ ରେଲ୍ ଆଣ୍ଡ୍ ରୋପ୍ୱେ କର୍ପୋରେସନ୍ (ଆଇପିଆର୍ସିଏଲ୍) ମଧ୍ୟରେ ଏକ ବୁଝାମଣା ହୋଇଛି। ସେହିପରି, ୨୮୦ କୋଟି ଟଙ୍କା ନିବେଶରେ ଏକ କାର୍ଗୋ ରପ୍ତାନି/ଆମଦାନୀ ପ୍ରକଳ୍ପ ବିକାଶ କରିବା ଲାଗି ପାରାଦୀପ ବନ୍ଦର ଓ ଇଫ୍କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ୨୬୩ କୋଟି ଟଙ୍କାର ଗ୍ରିନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରକଳ୍ପ ପାଇଁ ପାରାଦୀପ ବନ୍ଦର ଓ ଏନ୍ଟିପିସି ମଧ୍ୟରେ ବୁଝାମଣା ହୋଇଛି।
ଏହି ଏମ୍ଓୟୁଗୁଡ଼ିକ ରାଜ୍ୟରେ ସଂଯୋଗ, ଉପକୂଳ ପର୍ଯ୍ୟଟନ, ଲଜିଷ୍ଟିକ୍ସ ଓ ସବୁଜ ଶକ୍ତି ଅଭିଯାନକୁ ସୁଦୃଢ଼ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ ବନ୍ଦରର ଷ୍ଟଲ୍ ପରିଦର୍ଶନ କରିଥିଲେ। ତାଙ୍କୁ ବନ୍ଦରର ଅଧ୍ୟକ୍ଷ ଶ୍ରୀ ହରନାଦ ସ୍ବାଗତ କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବିତ ବାହୁଦା ବନ୍ଦର ପ୍ରକଳ୍ପ, ପୁରୀରେ କ୍ରୁଜ୍ ଟର୍ମିନାଲ ବିକାଶ ଏବଂ ରାଜ୍ୟର ନୀଳ ଅର୍ଥନୀତିରେ ପାରାଦୀପ ବନ୍ଦରର ବଢ଼ୁଥିବା ଭୂମିକା ଉପରେ ଅବଗତ କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/dagdgdgdg-2025-10-28-01-13-32.jpg)