ଲକଡାଉନ ସମୟରେ ସବୁଠାରୁ ଅଧିକ ବିକ୍ରି ହୋଇଛି ପାର୍ଲେ-ଜି ବିସ୍କୁଟ

ମୁମ୍ବାଇ : ପାର୍ଲେ-ଜି ବିସ୍କୁଟକୁ କୁହାଯାଏ ସାଧାରଣ ଲୋକଙ୍କ ବିସ୍କୁଟ । ୧୯୩୮ ମସିହାରୁ ଏହା ଭାରତୀୟଙ୍କ ମନ ପସନ୍ଦର ବିସ୍କୁଟ ପାଲଟିଛି । ବିଗତ କିଛି ବର୍ଷ ଧରି ଏହାର ଚାହିଦା କମିଥିଲେ ମଧ୍ୟ ଚଳିତ ଲକଡାଉନ ସମୟରେ ଏହା ନିଜର ୮୦ ବର୍ଷର ଇତିହାସରେ ସର୍ବଶ୍ରେଷ୍ଠ ସଫଳତା ପାଇଛି ।
ମିଳିଥିବା ସୂଚନା ଅନୁସାରେ ଗତ ମାର୍ଚ୍ଚ,ଏପ୍ରିଲ ଓ ମେ ମାସରେ ନିଜର ବଜାର ଭାଗକୁ ୫ ପ୍ରତିଶତ ବୃଦ୍ଧି କରିପାରିଛି । ଏହି ବୃଦ୍ଧିର ୮୦ ପ୍ରତିଶତ କେବଳ ପାର୍ଲେ-ଜି ବିସ୍କୁଟ ବିକ୍ରିରୁ ଆସିଛି । ଲକଡାଉନ ସମୟରେ ପାର୍ଲେ-ଜି ବିସ୍କୁଟର ଚାହିଦା ଆଶାତୀତଭାବେ ବଢିଚାଯାଇଛି । ସାଧାରଣ ଲୋକେ ଏହାକୁ ଅଧିକ ପରିମାଣରେ କିଣୁଛନ୍ତି । ଲୋକମାନେ ଅର୍ଥ ସଂଚୟ କରିବାକୁ ଦାମୀ ବିସ୍କୁଟ ବଦଳରେ ଶସ୍ତା ବିସ୍କୁଟ କିଣିବାକୁ ପସନ୍ଦ କରିଥିଲେ । ନିଜ ନିଜ ଘରକୁ ଫେରୁଥିବା ପ୍ରବାସୀମାନେ ପାର୍ଲେ-ଜି ବିସ୍କୁଟ ଅଧିକ ପରିମାଣରେ କିଣିଥିଲେ । ସେହିପରି ଲୋକଙ୍କୁ ବଣ୍ଟନ କରିବାକୁ ସରକାର ଓ ଏନଜିଓମାନେ ମଧ୍ୟ ଏହି ବିସ୍କୁଟକୁ ଅଧିକ ପରିମାଣରେ ଖରିଦ କରିଛନ୍ତି । ଏଣୁ ପାର୍ଲେ-ଜିର ବିକ୍ରି ବଢିଯାଇଛି ।
ପାର୍ଲେ କମ୍ପାନି ଏବେ ସାରା ଦେଶର ୧୩୦ଟି କାରଖାନାରେ ବିସ୍କୁଟ ଉତ୍ପାଦନ କରୁଛି । ଏହା ମଧ୍ୟରୁ ୧୨୦ଟି ଲାଇସେନ୍ସ ଭିତ୍ତିରେ ଚାଲୁଥିବାବେଳେ ୧୦ଟି କମ୍ପାନିର ନିଜସ୍ୱ କାରଖାନା ରହିଛି ।

ସମ୍ବନ୍ଧିତ ଖବର