ନୂଆଦିଲ୍ଲୀ : ପରମେଶ୍ବରନ୍ ଆୟାର ନିତି ଆୟୋଗର ନୂଆ ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୩୦ରେ ବର୍ତ୍ତମାନର ସିଇଓ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପରମେଶ୍ବରନଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ସେ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ ଅଫିସର ଥିଲେ। ତାଙ୍କୁ ଦୁଇ ବର୍ଷ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ନିଯୁକ୍ତି ମିଳିଛି। ଆଇଏଏସ୍ ଅଫିସର ଭାବେ ୧୭ ବର୍ଷ କାର୍ଯ୍ୟ କରିବା ପରେ ୨୦୦୯ରେ ସେ ସ୍ବେଚ୍ଛାକୃତ ଅବସର ନେଇଥିଲେ। କିନ୍ତୁ ୨୦୧୬ରେ ସେ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ହୋଇଥିଲେ। ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନର ସେ ପ୍ରମୁଖ ବିନ୍ଧାଣୀ ଥିଲେ। ୨୦୨୦ ଜୁଲାଇରେ ସେ ସଚିବ ପଦରୁ ଇସ୍ତଫା ଦେଇ ବିଶ୍ବ ବ୍ୟାଙ୍କରେ ଯୋଗ ଦେଇଥିଲେ। ୬୩ ବର୍ଷୀୟ ଆୟାର ପୂର୍ବରୁ ବରିଷ୍ଠ ପାନୀୟ ଜଳ ଓ ପରିମଳ ବିଶେଷଜ୍ଞ ଭାବେ ଜାତିସଂଘରେ ୧୯୯୮ ଏପ୍ରିଲରୁ ୨୦୦୬ ଫେବ୍ରୁଆରି ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏଥିସହିତ ଉତ୍ତର ପ୍ରଦେଶରେ ମାୟାବତୀ ସରକାରଙ୍କ ଅଧୀନରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥିଲେ।
ପରମେଶ୍ବରନ ଆୟାର ନିତି ଆୟୋଗର ନୂଆ ସିଇଓ
/sambad/media/post_attachments/wp-content/uploads/2022/06/iyer_updated_express_final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)