ଭୁବନେଶ୍ବର: ପାର୍କସ୍ର ନୂଆ ଶରତ-ଶୀତ ପୋଷାକ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପୋଷାକଗୁଡ଼ିକର ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଏହି ସମ୍ଭାରରେ କଂପାନି ଆଣିଛି ପ୍ରିଣ୍ଟ୍ ସାର୍ଟ, ଟି-ସାର୍ଟ, ଗ୍ରାଫିକ୍ ଟି-ସାର୍ଟ, ଇକୋ-ସାର୍ଟ, ଇକୋ ଡେନିମ୍, ଇତ୍ୟାଦି। ଏହା ବ୍ୟତୀତ କଂପାନି ଅନେକ ପ୍ରକାର ଜ୍ୟାକେଟ୍ ଓ ଟ୍ରାଉଜର୍ ମଧ୍ୟ ଆଣିଛି। କଂପାନିର ବ୍ରାଣ୍ଡ୍ ନିର୍ଦେଶକ ପ୍ରଗତି ଶ୍ରୀବାସ୍ତବ କହିଛନ୍ତି ଯେ, ଆମ ନୂଆ ସମ୍ଭାରର ଷ୍ଟାଇଲ୍ ଓ ରଙ୍ଗର ଗ୍ରାହକଙ୍କୁ ବେଶ ପସନ୍ଦ ଆସିବ। ନୂଆ ପୋଷାକଗୁଡ଼ିକ ସାରା ଦେଶରେ ଥିବା ପାର୍କସ୍ ଓ ରେମଣ୍ଡ୍ ଷ୍ଟୋର୍ରେ ବିକ୍ରି ହେଉଛି।