ଯାତ୍ରୀବାହୀ ଯାନ ବିକ୍ରି ୧୮ ବର୍ଷରେ ସବୁଠୁ କମ୍

ନୂଆଦିଲ୍ଲୀ: ଦେଶର ଅଟୋମୋବାଇଲ୍ ଶିଳ୍ପ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ଯାତ୍ରୀବାହୀ ଯାନ ବିକ୍ରି ୧୮ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ୨୦୧୯ ମେ’ରେ ୨ ଲକ୍ଷ ୩୯ ହଜାର ଯାତ୍ରୀବାହୀ ଯାନ ବିକ୍ରି ହୋଇଛି। ଗତବର୍ଷ ମେ’ରେ ବିକ୍ରି ହୋଇଥିବା ଗାଡ଼ି ତୁଳନାରେ ଏହା କମ୍। ଗତବର୍ଷ ସେହି ମାସରେ ୩ ଲକ୍ଷ ଯାତ୍ରୀବାହୀ ଯାନ ବିକ୍ରି ହୋଇଥିଲା। କାର୍‌, ୟୁଟିଲିଟି ଯାନ, ଏସ୍‌ୟୁଭି ଓ ଭ୍ୟାନ୍‌ଗୁଡ଼ିକୁ ଯାତ୍ରୀବାହୀ ଯାନ କୁହାଯାଉଛି।

ସମ୍ବନ୍ଧିତ ଖବର