ଅବତରଣ କରିବା ବେଳେ ଦୁର୍ଘଟଣାବଶତଃ ବିମାନ ସମୁଦ୍ରରେ ପଶିଗଲା; ଅଳ୍ପକେ ବର୍ତ୍ତିଲେ ୪୭ ଯାତ୍ରୀ

ନୂଆଦିଲ୍ଲୀ: ଏୟାର୍‌ ନିଉଗିନିର ଏକ ଯାତ୍ରୀବାହୀ ବିମାନ ମାଇକ୍ରୋନେସିଆର ଚକ୍‌ ଅନ୍ତର୍ଜାତୀୟ  ବିମାନ ବନ୍ଦରରେ ଦୁର୍ଘଟଣାର ଶିକାର ହୋଇଛି। ବିମାନଟି ରନ୍‌େଓ୍ଵରେ ଅବତରଣ କରିବା ସମୟରେ ଦୁର୍ଘଟଣାବଶତଃ  ସମୁଦ୍ର ଭିତରକୁ ପଶି ଯାଇଥିଲା। ଏହି ବିମାନରେ ଥିବା ୧୧ କ୍ରିୟୁ ମେମ୍ବରଙ୍କ ସମେତ ସମୁଦାୟ ୪୭ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ଏକ ଛୋଟ ଡଙ୍ଗାରେ ସମୁଦ୍ର ଭିତରୁ ଉଦ୍ଧାର କରାଯିବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ସୋସିଆଲ୍‌ ମିଡିଆରେ ଦୁର୍ଘଟଣା ବେଳର ଫଟୋ ଛାଇ ହୋଇଯାଇଛି।

ଏହି ଦୁର୍ଘଟଣା ଶୁକ୍ରବାର ମାଇକ୍ରୋନେସିଆର ଆଞ୍ଚଳିକ ସମୟ ୯.୩୦ ସମୟରେ ଘଟିଥିବା ରିପୋର୍ଟ କରାଯାଇଛି। ମାଇକ୍ରୋନେସିଆର ଚକ୍‌ ଇଣ୍ଟର୍‌ନେସ୍‌ନାଲ୍‌ ବିମାନ ବନ୍ଦରର ସାଧାରଣ ପରିଚାଳକ ଜିମି ଏମିଲିଓ ଫୋନ୍‌ ଯୋଗେ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି କି ‘ବିମାନଟି ଅବତରଣ କରିବାକୁ ଥାଏ। ମାତ୍ର ଅବତରଣ କରିବା ପରିବର୍ତ୍ତେ ଏହା ଦୁର୍ଘଟଣାବଶତଃ ୧୫୦ ୟାର୍ଡ ଦୂରକୁ ଚାଲିଯାଇ ସମୁଦ୍ରରେ ପଶି ଯାଇଥିଲା।’ ଏହି ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ତଦନ୍ତକାରୀ ଖୁବ୍‌ ଶୀଘ୍ର ଆକାଶ ପଥରେ ଉଡ଼ାଣ ଭରି ଘଟଣାକୁ ପରଖିବେ । ଏୟାର୍‌ ନିଉଗିନିର ଏହି ବିମାନ ୭୫ ମାଇକ୍ରୋନେସିଆର ପୋହନପେଇରୁ ପୋର୍ଟ ମୋସରବାୟ ମଧ୍ୟରେ ଉଡ଼ାଣ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର