ଅଟୋମୋବାଇଲ ଶିଳ୍ପ ଉପରେ ମାନ୍ଦାବସ୍ଥା ମାଡ଼ : ସେପ୍ଟେମ୍ବରରେ ପାସେଞ୍ଜର ଗାଡ଼ି ବିକ୍ରି ୨୪% ଓ ବ୍ୟାବସାୟିକ ଗାଡ଼ି ବିକ୍ରିରେ ୬୨% ହ୍ରାସ

ନୂଆଦିଲ୍ଲୀ : ମାନ୍ଦାବସ୍ଥା ଦେଇ ଗତି କରୁଥିିବା ଭାରତୀୟ ଅଟୋମୋବାଇଲ ଶିଳ୍ପକୁ ସୁଧାରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିବା ସତ୍ତ୍ୱେ ସ୍ଥିତିରେ ଉନ୍ନତି ହେବାର ନାଁ ଧରୁନାହିଁ । ଭାରତୀୟ ଅଟୋମୋବାଇଲ ପ୍ରସ୍ତୁତକର୍ତ୍ତାଙ୍କ ସଂଗଠନ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକଚର୍ସ (ସିଆମ୍) ପକ୍ଷରୁ ଜାରି ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସରେ ପାସେଞ୍ଜର ଗାଡ଼ି ବିକ୍ରି ୨୩.୬୯ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ବ୍ୟାବସାୟିକ ଗାଡ଼ି ବିକ୍ରିରେ ୬୨.୧୧ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି।

ସିଆମ୍ ତଥ୍ୟ ଅନୁସାରେ, ପାସେଞ୍ଚର ଗାଡ଼ି ବିକ୍ରି ବିକ୍ରି ଗତ ବର୍ଷ ସେପ୍ଟେମ୍ବର ମାସରେ ୨,୨୯,୬୬୦ ଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଏହା  ୨,୨୩,୩୧୭କୁ କମିଛି। ସେହିପରି  ପାସେଞ୍ଚର କାର ବିକ୍ରି ଗତ ବର୍ଷ ତୁଳନାରେ ୩୩.୪ ପ୍ରତିଶତ ହ୍ରାସ ପାଇଛି। ୨୦୧୮ ତୁଳନାରେ ଏହା ୧୩୧,୨୮୧ କମ୍ ରହିଛି।

Free Press Journal

ଭାରତର ୧ ନମ୍ବର କାର କମ୍ପାନି ମାରୁତି ସୁଜୁକୀର ବିକ୍ରି ଗତ ସେପ୍ଟେମ୍ବର ମାସରେ ୩୧.୫ ପ୍ରତିଶତ ହ୍ରାସ ପାଇଛି । ସେହିପରି ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ଟାଟା ମୋଟର୍ସର ବିକ୍ରି ମଧ୍ୟ ୪୮ ପ୍ରତିଶତ ହ୍ରାସ ପାଇ ୩୬,୩୭୬ ରେ ପହଞ୍ଚିଛି । ମହିନ୍ଦ୍ରା କମ୍ପାନିର ବିକ୍ରି ୨୧ ପ୍ରତିଶତ ହ୍ରାସ ପାଇଛି ।

କେବଳ ସେପ୍ଟେମ୍ବର ନୁହେଁ, ବିଗତ କିଛି ମାସ ଧରି ଅଟୋମୋବାଇଲ ଶିଳ୍ପରେ ଏହି ମାନ୍ଦାବସ୍ଥା ବଜାୟ ରହିଛି । ବଜାଜ ଅଟୋର ବିକ୍ରି ମଧ୍ୟ ୩୧ ପ୍ରତିଶତ ହ୍ରାସ ପାଇଛି । ଏହା ଫଳରେ ଅନେକ ଲୋକ ନିଯୁକ୍ତି ହରେଇବାର ଆଶଙ୍କା ସୃଷ୍ଟି ହୋଇଛି । ଇତି ମଧ୍ୟରେ କେତେକ ଅଟୋମାବାଇଲ କମ୍ପାନି ହଜାର ହଜାର ଲୋକଙ୍କୁ ଛଟେଇ କରିସାରିଲେଣି ।

ସମ୍ବନ୍ଧିତ ଖବର