ବହୁବାର ଏମିତି ହୋଇଥାଏ ଆମେ କମ୍ପ୍ୟୁଟର ଉପରେ ଫେସ୍ବୁକ୍,ଜିମେଲ୍,ଟ୍ଵିଟର୍ ବା ଅଲଗା କିଛି ସାଇଟ୍କୁ ଲଗ୍ଇନ୍ କରୁଥିବା ସମୟରେ ଗୁଗୁଲ୍ ‘ପାସ୍ଓ୍ଵାର୍ଡ’ସେଭ୍ କରିବାକୁ ଏକ ବିକଳ୍ପ ଦେଇଥାଏ। କେହି କେହି ସେଭ୍ କରିନଥାନ୍ତି ତ ପୁଣି କେହି ସେଭ୍ କରିଦେଇ ଥାନ୍ତି। ହେଲେ ଯଦି ଆପଣ ଆପଣଙ୍କର ବର୍ତ୍ତମାନର ‘ପାସ୍ଓ୍ଵାର୍ଡ’ଟିକୁ ସେଭ୍ କରି ଭୁଲିଯାଇଅଛନ୍ତି ତ,ତେବେ ଏହି ଉପାୟ ସାହାଯ୍ୟରେ ଆପଣ ନିଜର ପାସଓ୍ଵାର୍ଡ ଜାଣିପାରିବେ।
ସର୍ବପ୍ରଥମେ ଆପଣଙ୍କୁ ଗୁଗୁଲ୍ କ୍ରୋମ୍କୁ ଖୋଲି ଏହାର ଦକ୍ଷିଣ ପାର୍ଶ୍ୱ କୋଣରେ ରହିଥିବା ୩ଟି ବିନ୍ଦୁ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଆପଣଙ୍କ ସମ୍ମୁଖକୁ ଏକ ‘ଡ୍ରାପ୍ ଡାଉନ୍’ର ମେନ୍ୟୁ ଆସିଯିବ। ଏହାପରେ ଆପଣ ଏଥିରେ ରହିଥିବା ସେଟିଙ୍ଗ୍କୁ କ୍ଲିକ୍ କରି ସେଟିଙ୍ଗ୍ ବାଲି ଓ୍ଵିଣ୍ଡୋରର ସବୁଠୁ ତଳକୁ ରହିଥିବା ‘ଆଡଭାନ୍ସ’ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏଥିସହିତ ଆପଣଙ୍କୁ ଏହାର ତଳ ଭାଗକୁ ରହିଥିବା ‘ପାସ୍ଓ୍ଵାର୍ଡ ଆଣ୍ଡ୍ ଫର୍ମସ୍’ଟିକୁ ଯାଇ ‘ମ୍ୟାନେଜ୍ ପାସ୍ଓ୍ଵାର୍ଡ’କୁ ଯିବାକୁ ହେବ। ଯାହାଫଳରେ ଆପଣଙ୍କ ସମ୍ମୁଖରେ ରହିଥିବା ‘ଗୁଗୁଲ୍ କ୍ରୋମ୍’ରେ ସାଇତା ହୋଇ ରହିଥିବା ସମସ୍ତ ‘ପାସ୍ଓ୍ଵାର୍ଡ’ଗୁଡ଼ିକ ନଜରକୁ ଆସିବ। ଏହାପରେ ଆପଣଙ୍କୁ ପାସ୍ଓ୍ଵାର୍ଡ ସମ୍ମୁଖରେ ଦେଖାଯାଉଥିବା ୩ଟି ବିନ୍ଦୁ ଉପରେ କ୍ଲିକ୍ କରିବାକୁ ହେବ ଏବଂ ଡିଟେଲ୍ସ୍ ଉପରେ ଓକେ କରିବାକୁ ପଡ଼ିବ। ଆଉ ଏହାକୁ କରିଲା ପରେ ଆପଣଙ୍କୁ ଆପଣଙ୍କର ବର୍ତ୍ତମାନର ‘ପାସ୍ଓ୍ଵାର୍ଡ’ଟି ଦୃଶ୍ୟମାନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/maxresdefault-1.jpg)