ନୂଆଦିଲ୍ଲୀ: କିଛି ମିନିଟ ମଧ୍ୟରେ ଫାଷ୍ଟଫୁଡ଼ ତିଆରି ହେବାର ଦାବି ଏକ କମ୍ପାନିକୁ ଭାରି ପଡ଼ିଛି। ଫାଷ୍ଟଫୁଡ଼ କମ୍ପାନି ସର୍ବଦା ଦାବି କରିଥାଏ କି, ତାଙ୍କ ଖାଦ୍ୟ ସୀମିତ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଯାଇଥାଏ। ଆଉ କମ୍ପାନିର ଏହି ଦାବିକୁ ଧ୍ୟାନରେ ରଖି ଗ୍ରାହକମାନେ ସେମାନଙ୍କ ଜିନିଷକୁ କିଣି ଥାଆନ୍ତି। କିନ୍ତୁ କମ୍ପାନିର ଦାବି ଅନୁଯାୟୀ ଯେତେବେଳେ ଖାଦ୍ୟ ପ୍ରସ୍ତୁତ ହୁଏ ନାହିଁ ଗ୍ରାହକ ନିରାଶ ହୋଇଯାଇଥାଆନ୍ତି।
ତେବେ କମ୍ପାନିର ଏଭଳି ବିଜ୍ଞାପନ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଠିକ ଅଛି। କିନ୍ତୁ କମ୍ପାନି ଦାବି ଯଦି ଠିକ ନରୁହେ ତେବେ ଏହା ତାକୁ ମହଙ୍ଗା ପଡ଼ିଯାଏ। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା କମ୍ପାନିର ଏକ ଦାବିକୁ ନେଇ ଏମିତି ରାଗି ଯାଇଥିଲେ କି ଏକ ବଡ଼ ପଦକ୍ଷେପ ନେଇଥିଲେ। ସେ ଏକ ପାସ୍ତା କମ୍ପାନିକୁ କୋର୍ଟ ପର୍ଯ୍ୟନ୍ତ ନେଇଯାଇଛନ୍ତି। କାରଣ କମ୍ପାନି ଦାବି ଅନୁଯାୟୀ ତାଙ୍କ ପାସ୍ତା ସାଢ଼େ ୩ମିନିଟରେ ପ୍ରସ୍ତୁତ ହେଲା ନାହିଁ।
ଆମେରିକାର ଫ୍ଲୋରିଡାରେ ରହୁଥିବା ଜଣେ ମହିଳା ଆମେରିକୀ ଫୁଡ଼ କମ୍ପାନି କ୍ରାପ୍ଟ ହେଞ୍ଜ ବିରୋଧରେ ୪୦କୋଟି ଟଙ୍କାର ମାମଲା ରୁଜୁ କରିଛନ୍ତି। ତେବେ ପାସ୍ତା କମ୍ପାନି ଦାବି କରିଥିଲେ କି ମାତ୍ର ସାଢ଼େତିନି ମିନିଟରେ ପାସ୍ତା ତିଆରି ହୋଇଯିବ। ତେବେ ଯେଉଁ ମହିଳା ଗ୍ରାହକ କମ୍ପାନି ବିରୋଧରେ ଅଭିଯୋଗ କରିଛନ୍ତି, ତାଙ୍କ କ୍ଷେତ୍ରରେ ସେମିତି କିଛି ହେଲା ନାହିଁ। ଏମିତି ନହେବାରୁ ମହିଳା ରାଗି ଯାଇଥିଲେ। ଆଉ ଏଭଳି ପଦକ୍ଷେପ ନେଇଥିଲେ। ମହିଳାଙ୍କ ନାମ ଉମେଣ୍ଡା ରେମିରେଜ ବୋଲି ଜଣାପଡ଼ିଛି।