ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ପତଞ୍ଜଳି ଫୁଡ୍ସ ଲିମିଟେଡ୍ର ଆୟ ୨୬.୩୮ ପ୍ରତିଶତ ବୃଦ୍ଧି ପାଇ ୭୯୬୩.୭୫ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ଏହି ସମୟରେ କଂପାନିର ଆୟ ୬,୩୦୧.୧୯ କୋଟି ଟଙ୍କା ଥିଲା। କଂପାନିର ଟିକସ ପରବର୍ତୀ ଲାଭ ତ୍ରୈମାସିକ ଭିତ୍ତିରେ ୧୩୯.୭୩ ପ୍ରତିଶତ ଏବଂ ବର୍ଷକୁ ବର୍ଷ ଭିତିରେ ୧୪.୯୬ ପ୍ରତିଶତ ବୃଦ୍ଧି ପାଇ ୨୬୯.୧୮ କୋଟି ଟଙ୍କା ହୋଇଛି। ୨୦୨୨ ଡିସେମ୍ବର ସୁଦ୍ଧା ଶେଷ ନଅ ମାସ ଭିତରେ କଂପାନିର ମୋଟ ଆୟ ୨୩,୮୫୮.୫୦ କୋଟି ଟଙ୍କା ହୋଇଥିବା ବେଳେ ଟିକସ ପରବର୍ତୀ ଲାଭ ୬୨୨.୭୩ କୋଟି ଟଙ୍କା ହୋଇଛି। ଗତବର୍ଷ ଅକ୍ଟୋବର ମାସରେ କଂପାନି ସର୍ବାଧିକ ୧.୫ ଲକ୍ଷ ଟନ୍ ଖାଇବା ତେଲ ଓ ବନସ୍ପତି ବିକ୍ରି କରିଥିଲା। କଂପାନି ଏହାର ପାମ୍ ଅଏଲ୍ କାରବାରକୁ ସମ୍ପ୍ରସାରଣ କରୁଥିବା ବେଳେ ଏହାର ପ୍ରକ୍ରିୟାକରଣ କ୍ଷମତାକୁ ୧୬୦ ଟିପିଏଚ୍କୁ ବୃଦ୍ଧି କରୁଛି।
ପତଞ୍ଜଳି ଫୁଡ୍ସ ଆୟରେ ୨୬% ବୃଦ୍ଧି
/sambad/media/post_attachments/wp-content/uploads/2019/12/img-patanjali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)