୫୦୦ ଟଙ୍କାରେ ପତଞ୍ଜଳି ଜିନ୍ସ

ନୂଆଦିଲ୍ଲୀ,: ବାବା ରାମଦେବ ପୋଷାକ ବିକ୍ରି କ୍ଷେତ୍ରରେ ପ୍ରବେଶ କରିଛନ୍ତି। ପତଞ୍ଜଳିର ପ୍ରଥମ ପୋଷାକ ଷ୍ଟୋର୍‌ ‘ପତଞ୍ଜଳି ପରିଧାନ’ ନୂଆଦିଲ୍ଲୀ ଠାରେ ଖୋଲିଛି। ଏହି ଷ୍ଟୋର୍‌ରେ ଗ୍ରାହକମାନେ ୫୦୦ ଟଙ୍କା ଭଳି କମ୍ ଦାମରେ ଜିନ୍ସ କିଣିବାର ସୁଯୋଗ ପାଇବେ। ଲିଭ୍‌ଫିଟ୍‌, ଆସ୍ଥା ଓ ସଂସ୍କାର ଭଳି ତିନିଟି ବ୍ରାଣ୍ଡ୍‌ ନାମରେ କଂପାନି ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ପୋଷାକ ବିକ୍ରି କରୁଛି। ଗ୍ରାହକମାନେ ୫୦୦ ଟଙ୍କାରେ ବ୍ରାଣ୍ଡେଡ୍‌ ସାର୍ଟ ଓ ୧୦୦ ଟଙ୍କାରେ ଇନର୍‌ଓୟାର କିଣିପାରିବେ। ପତଞ୍ଜଳି ପରିଧାନରେ ଜିନ୍ସ, ସାର୍ଟ, ଏଥ୍‌ନିକ୍ ଓୟାର ଓ ଆକ୍‌ସେସୋରିଜ୍ ବିକ୍ରି କରାଯାଉଛି। ୨୦୨୦ ସୁଦ୍ଧା କଂପାନି ଅତିକମରେ ୨୦୦ ନୂଆ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର