ବାବା ରାମଦେବଙ୍କ ପତଞ୍ଜଳି କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ ବ୍ୟବସାୟରେ ପ୍ରବେଶ କଲା : ଲିଟର ପିଛା ୪୦ ଟଙ୍କା ଦରରେ ମିଳିବ କ୍ଷୀର

ନୂଆଦିଲ୍ଲୀ : ପ୍ରଥମେ ଆର୍ୟୁବେଦୀୟ ସାମଗ୍ରୀ, ତା’ପରେ ଖାଦ୍ୟ ଓ ତେଜରାତି ଏବଂ ଏବେ ଦୁଗ୍ଧଜାତୀୟ ସାମଗ୍ରୀ କାରବାରରେ ପ୍ରବେଶ କରିଛି ପତଞ୍ଜଳି ଗ୍ରୁପ । ବଜାରରେ ଏବେ ପତଞ୍ଜଳିର ଦୁଧ, ଦହି, ପନିର ଓ ଘୋଳଦହି ଉପଲ୍ବଧ ହେବ ବୋଲି ଜଣାପଡ଼ିଛି । ଆଜି ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ବାବା ରାମଦେବ ଏହି ଘୋଷଣା କରିଛନ୍ତି । ଏଥିସହ ପତଞ୍ଜଳି ଦିବ୍ୟଜଳର ବି ବଜାର ପ୍ରବେଶ ହୋଇଛି । ଦୁଗ୍ଧଜାତୀୟ ସାମଗ୍ରୀରେ ମୋଟ ୫ଟି ଉତ୍ପାଦ ବଜାରକୁ ଛାଡ଼ିଛି ପତଞ୍ଜଳି । ଆସନ୍ତା ଦୀପାବଳିରେ ପତଞ୍ଜଳି ପୋଷାକ ବି ବଜାରକୁ ଆସିବ ବୋଲି ଘୋଷଣା କରିଛନ୍ତି ବାବା ରାମଦେବ । ଏଥି ମଧ୍ୟରେ ରହିଛି ଜିନ୍ସ, ସାର୍ଟ, ପ୍ୟାଣ୍ଟ, ଶାଢି, ଜୋତା, ଚପଲ । ଏହାପୂର୍ବରୁ ପତଞ୍ଜଳିର ବିଭିନ୍ନ ସାମଗ୍ରୀ ବଜାରରେ ବେଶ ଆଦୃତ ହୋଇଛି ।

ପତଞ୍ଜଳିର କ୍ଷୀର ଲିଟର ପ୍ରତି ୪୦ ଟଙ୍କା ଦରରେ ବିକ୍ରି ହେବ । ବଜାରରେ ଏକାବେଳେକେ ୪ ଲକ୍ଷ ଲିଟର ଦୁଧ ଉପଲବ୍ଧ ହେବ । ଏହାଦ୍ୱାରା ୨୦ ହଜାର ଲୋକଙ୍କୁ ରୋଜଗାର ମିଳିବ ବୋଲି ପତଞ୍ଜଳି ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ ଯୋଗରେ ସଫଳତା ପରେ ଔଷଧର ବିକ୍ରି ଆରମ୍ଭ କରିଥିବା ପତଞ୍ଜଳି ଏକ ଲୋକପ୍ରିୟ ବ୍ରାଣ୍ଡ ହୋଇସାରିଛି ।

ସମ୍ବନ୍ଧିତ ଖବର