ଅନ୍ୟ କମ୍ପାନିର କ୍ଷୀର ଠାରୁ ଲିଟର ପିଛା ୪ ଟଙ୍କା ଶସ୍ତାରେ ବଜାରକୁ ଆସିଲା ପତଞ୍ଜଳୀ ଟୋନ୍‌ଡ କ୍ଷୀର

ଏହା ବ୍ୟତୀତ ପତଞ୍ଜଳୀ ଦହି, ଲହୁଣି, ପନୀର ମଧ୍ୟ ଲଞ୍ଚ କରିଛି

ନୂଆଦିଲ୍ଲୀ : ଦେଶବାସୀଙ୍କୁ ବାବା ରାମଦେବଙ୍କ ବଡ ଉପହାର। ଗତ ସପ୍ତାହରେ ଅମୁଲ ଓ ମଦର ଡାଏରୀ କମ୍ପାନି ପକ୍ଷରୁ ବଜାରରେ ମିଳୁଥିବା କ୍ଷୀରର ଦର ୨ ଟଙ୍କା ବୃଦ୍ଧି କରିଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ଏହି ଦୁଇ କମ୍ପାନିକୁ ମାତ୍ ଦେବାକୁ ଯାଇ ବାବା ରାମଦେବ ପତଞ୍ଜଳୀ ଟୋନ୍‌ଡ କ୍ଷୀର ବଜାରରେ ଲଞ୍ଚ କରିଛନ୍ତି । ଏହି କ୍ଷୀର ଅମୁଲ ଓ ମଦର ଡାଏରୀ କ୍ଷୀରର ବଜାର ଦର ଠାରୁ ୪ ଟଙ୍କା ଶସ୍ତା ରହିବ।

www.ndtv.com

ଟୋନ୍‌ଡ କ୍ଷୀର ବ୍ୟତୀତ ପତଞ୍ଜଳୀ ଦହି, ଲହୁଣି, ପନୀର ମଧ୍ୟ ଲଞ୍ଚ କରିଛି । ଏହି ସମସ୍ତ ଦୁଗ୍ଧ ଜାତୀୟ ଦ୍ରବ୍ୟ ଦିଲ୍ଲୀ-ଏନସିଆର, ହରିଦ୍ୱାର, ଜୟପୁର, ମହାରାଷ୍ଟ୍ରର କିଛି ସହରରେ ମିଳିବ ବୋଲି ବାବା ରାମଦେବ କହିଛନ୍ତି। ପତଞ୍ଜଳୀ କ୍ଷୀରର ଲିଟର ପିଛା ମୂଲ୍ୟ ୪୦ ଟଙ୍କା ରଖାଯାଇଛି । ପତଞ୍ଜଳୀ ଟୋନ୍‌ଡ କ୍ଷୀର ୫୦୦ ଗ୍ରାମ ଓ ଏକ ଲିଟର ପ୍ୟାକେଟରେ ବଜାରରେ ଉପଲବ୍ଧ ହେବ ।

ଅମୁଲ ଓ ମଦର ଡାଏରୀ କମ୍ପାନିର ଦୁଗ୍ଧ ଜାତୀୟ ଦ୍ରବ୍ୟ ତୁଳନାରେ ପତଞ୍ଜଳୀ ଦହି ପ୍ୟାକେଟର ଦର ୫ଟଙ୍କା ଶସ୍ତା ରହିବ । ତେବେ ପତଞ୍ଜଳୀ ଲହୁଣି ଏହି ୨ କମ୍ପାନିର ଲହୁଣି ଦର ଠାରୁ ୪ ଟଙ୍କା ଅଧିକ ରହିବ । କାରଣ ଏହା ଶୁଦ୍ଧ ଲହୁଣି ହୋଇଥିବାରୁ ଏହାର ଦର ଅଧିକ ରହିବ ବୋଲି ବାବା ରାମଦେବ କହିଛନ୍ତି।

ସମ୍ବନ୍ଧିତ ଖବର