ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଏକ ବଡ଼ ଧରଣର ଅଧିଗ୍ରହଣରେ ସଫଳ ହୋଇଛି। ଦେବାଳିଆ ହୋଇ ଯାଇଥିବା ରୁଚି ସୋୟା କମ୍ପାନିକୁ ପତଞ୍ଜଳି ୪୩୨୫ କୋଟି ଟଙ୍କାରେ କିଣିବ। କମ୍ପାନିର ୪୩୨୫ କୋଟି ଟଙ୍କାର ଏହି ପ୍ରସ୍ତାବକୁ ଋଣପ୍ରଦାନକାରୀ ସଂସ୍ଥା ଗୁଡ଼ିକ ମଞ୍ଜୁରି ଦେଇଛନ୍ତି। ଦେବାଳିଆ ରୁଚି ସୋୟା କମ୍ପାନି ଉପରେ ବ୍ୟାଙ୍କ ଗୁଡ଼ିକର ୯୩୦୦ କୋଟି ଟଙ୍କାର ଋଣ ରାଶି ବାକି ପଡ଼ିଛି। ଏହି କମ୍ପାନି ଅଧିଗ୍ରହଣ ଦୌଡ଼ରେ ଥିବା ଗୌତମ ଆଦାନୀଙ୍କ ଆଦାନୀ ୱିଲମର ଓହରିଯିବା ପରେ ପତଞ୍ଜଳି ଏକମାତ୍ର କମ୍ପାନି ଭାବେ ଏହି ଦୌଡ଼ରେ ରହିଥିଲା।
ରୁଚି ସୋୟାକୁ ୪୩୨୫ କୋଟିରେ କିଣିବ ପତଞ୍ଜଳି
/sambad/media/post_attachments/wp-content/uploads/2019/05/baba-ramdev-patanjali-ecommerce-amazon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)