ପତଞ୍ଜଳି ଲଞ୍ଚକଲା ସିମ୍‌କାର୍ଡ : ମାଗଣା କଲିଂ ଏବଂ ଡ଼ାଟା ସହ ୨.୫ ଲକ୍ଷର ସ୍ୱାସ୍ଥ୍ୟବୀମା ଓ ୫ଲକ୍ଷ ପର୍ଯ୍ୟନ୍ତ ଜୀବନ ବୀମା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରିରେ ସଫଳତା ହାସଲ କରିବା ପରେ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଟେଲିକମ୍‌ ସେକ୍ଟରରେ ପ୍ରବେଶ କରିବା ପାଇଁ ନିଷ୍ପତ୍ତିି ନେଇଛନ୍ତି । ପତଞ୍ଜଳି ଲଞ୍ଚ କରିଛି ସ୍ୱଦେଶୀ ସିମ୍‌ କାର୍ଡ । ଏହାକୁ ବିଏସ୍‌ଏନ୍‌ଏଲ୍‌ ସହ ଯୌଥ ଉଦ୍ୟୋଗରେ ଆରମ୍ଭ କରାଯାଇଛି। ଆସନ୍ତୁ ଜାଣିବା କ’ଣ ରହିଛି ଏହି ସିମ୍‌ର ସୁବିଧା ।

MySmartPrice

ଏହି ସିମ୍‌ଟି ବର୍ତ୍ତମାନ କେବଳ ପତଞ୍ଜଳି ଗ୍ରାହକଙ୍କ ପାଇଁ ଆରମ୍ଭ କରାଯାଇଛି। ଏହି ସିମ୍‌ରେ ୧୪୪ ଟଙ୍କାର ରିଚାର୍ଜ କରିବା ଦ୍ୱାରା ୨ଜିବି ଦୈନିକ ଡ଼ାଟା ସହ ମାଗଣା କଲିଂ ଏବଂ ୧୦୦ଟି ଏସ୍‌ଏମ୍‌ଏସ୍‌ ସୁବିଧା ମିଳିବ ।
ସିମ୍‌ ଦ୍ୱାରା ପତଞ୍ଜଳି ସାମଗ୍ରୀ କ୍ରୟ କରୁଥିବା ସମୟରେ ଗ୍ରାହକଙ୍କୁ ୧୦ ପ୍ରତିଶତର ରିହାତି ମିଳିବ । ତେବେ ଏହି ସିମ୍‌ ଦ୍ୱାରା ଗ୍ରାହକ ୨.୫ଲକ୍ଷର ମେଡ଼ିକାଲ୍‌ ଓ ୫ଲକ୍ଷ ପର୍ଯ୍ୟନ୍ତ ବୀମାର ସୁବିଧା ମଧ୍ୟ ପାଇପାରିବେ ।
ଏହି ସିମ୍‌କୁ ପାଇବା ପାଇଁ ପତଞ୍ଜଳୀ କର୍ମଚାରୀଙ୍କୁ କେବଳ ତାଙ୍କର ପରିଚୟ ପତ୍ର ପ୍ରଦାନ କରିବା ପାଇଁ ପଡ଼ିବ। କିଛି ଦିନ ମଧ୍ୟରେ ଦେଶରେ ଥିବା ବିଏସ୍‌ଏନ୍‌ଏଲ୍‌ର ୫ଲକ୍ଷ କର୍ଯ୍ୟାଳୟରେ ଏହି ସିମ୍‌ ଉପଲବ୍ଧ ହେବାର ସୂଚନା ରହିଛି।

ସମ୍ବନ୍ଧିତ ଖବର