ହରିଦ୍ବାର: ଯୋଗଗୁରୁ ସ୍ବାମୀ ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ମାର୍ଗଦର୍ଶନରେ ପତଞ୍ଜଳି ୱେଲନେସ୍, ପତଞ୍ଜଳି ଯୋଗୀପୀଠ-୨ ସ୍ଥିତ ଯୋଗଭବନ ସଭାଗୃହରେ ୧୦ମ ଅନ୍ତଜାତୀୟ ଯୋଗଦିବସ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ସ୍ବାମୀ ରାମଦେବ କହିଥିଲେ, ଯୋଗ ଦ୍ବାରା ଅନେକ ଅସାଧ୍ୟ ରୋଗରୁ ଆରୋଗ୍ୟ ମିଳିପାରିବ। ଏହି ଅବସରରେ ରାମଦେବ ବିଭିନ୍ନ ଯୋଗାଭ୍ୟାସ କରିଥିଲେ। ପ୍ରତିଦିନ ୧୦/୨୦ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ଯୋଗ କଲେ ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇପାରିବ। ବୋଲି ସେ ମତ ଦେଇଥିଲେ। ଯୋଗ ସମଗ୍ର ବିଶ୍ବ ପାଇଁ ଭାରତର ଶ୍ରେଷ୍ଠ ବରଦାନ ବୋଲି ଆଚାର୍ଯ୍ୟ ବାଲକୃଷ୍ଣ କହିଥିଲେ। କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗ ସମିତି ହରିଦ୍ବାରା ଏବଂ ରୁର୍କିର ତତ୍ତ୍ବାବଧାନରେ ଆଖାପାଖର ପ୍ରାୟ ୨୦୦ ଗ୍ରାମର ଲୋକ ଭାଗ ନେଇଥିଲେ।
କାର୍ଯ୍ୟକ୍ରମରେ ପତଞ୍ଜଳି ମହିଳା ଯୋଗ ସମିତିର ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ ସାଧ୍ବୀ ଦେବପ୍ରିୟା, ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ ଭାଇ ରାକେଶ ଭାରତ ଏବଂ ସ୍ବାମୀ ପରମାର୍ଥଦେବ, କ୍ରୟ ସମିତି ଅଧ୍ୟକ୍ଷା ଭଉଣୀ ଅଂଶୁଲ, ସଂପ୍ରେଷଣ ବିଭାଗ ମୁଖ୍ୟ ଭଉଣୀ ପାରୁଲ, ପିଆରଆଇର ମୁଖ୍ୟ ବୈଜ୍ଞାନିକ ଡା ଅନୁରାଗ ବାଷ୍ଣେୟ, ମୁଖ୍ୟ ମହାପ୍ରବନ୍ଧକ (ଟ୍ରଷ୍ଟ) ବ୍ରିଗେଡିୟର ଟିସି ମଲହୋତ୍ରା, ମାନବ ସଂସାଧନ ପ୍ରମୁଖ ତରୁଣ ରାଜପୁତ, ପତଞ୍ଜଳି ଆୟୁର୍ବେଦ କଲେଜର ପ୍ରାଚାର୍ଯ୍ୟ ପ୍ରଫେସର ଅନିଲ ଯାଦବ, ପତଞ୍ଜଳି ଆୟୁର୍ବେଦ ହସ୍ପିଟାଲର ଉପାଧୀକ୍ଷକ ଡା. ଅରୁଣ ପାଣ୍ଡେୟ, ସ୍ବାମୀ ବଜରଂଗଦେବ, ସ୍ବାମୀ ଆର୍ଷଦେବ, ସ୍ବାମୀ ଇଶଦେବ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/gdjdggjdgjd.jpg)