ପତଞ୍ଜଳିର ବ୍ୟବସାୟକୁ ଝଟ୍‌କା

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ସଞ୍ଚାଳିତ ପତଞ୍ଜଳିର ବ୍ୟବସାୟରେ କ୍ଷତି ଘଟିଥିବା ଜଣାଯାଇଛି। ୨୦୧୭-୧୮ ଆର୍ଥକ ପତଞ୍ଜଳିର ଆମଦାନିରେ ୧୦ ପ୍ରତିଶତ ହ୍ରାସ ଘଟିଥିଲା। ଏହାର ପରିମାଣ ଥିଲା ୮,୧୩୫ କୋଟି ଟଙ୍କା। ଏହାର ପୂର୍ବ ବର୍ଷର ଆୟଥିଲା ୯୦୩୦ କୋଟି।୨୦୧୩ ପରେ ଏହା ହେଉଛି କଂପାନି ସବୁଠାରୁ ଖରାପ ସ୍ଥିତି।

କେଆର୍‌ ରେଟିଂସର ପ୍ରୋଭିଜନାଲ୍‌ ଡାଟା ଅନୁଯାୟୀ, ୨୦୧୭-୧୦ ବର୍ଷର କଂପାନିର ନିଟ୍‌ ଲାଭ ପ୍ରାୟ ୫୦ ପ୍ରତିଶତ କମିଛି। ଏହା ମାତ୍ର ୫୨୯ କୋଟି ରହିଥିବା ଜଣାଯାଇଛି। ପତଞ୍ଜଳିର ଟର୍ଣ୍ଣଓଭର୍‌ କମିବାର ସବୁଠାରୁ ବଡ଼ କାରଣ ହେଲା ଜିଏସଟି ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା ନ କରିବା ବୋଲି କୁହାଯାଉଛି। ବ୍ୟବସାୟ ବିଶ୍ଳେଷକମାନଙ୍କ ମତ ଅନୁଯାୟୀ ପତଞ୍ଜଳି ଏହାର ଉତ୍ପାଦଗୁଡ଼ିକର ବିକ୍ରି ଲାଗି ଯେଉଁ ବିତରକମାନଙ୍କୁ ନିଯୁକ୍ତ କରିଥିଲା,ସେମାନେ ଠିକ୍‌ ଭାବେ ଦାୟିତ୍ୱ ନେଲେ ନାହିଁ।

ଠିକ୍‌ ସେହିପରି ଅନ୍ୟ କଂପାନିମାନେ ମଧ୍ୟ ପତଞ୍ଜଳିର ଚାହିଦାକୁ ଆଖି ଆଗରେ ରଖି ନାଚୁରାଲ୍‌ ଓ ହର୍ବାଲ୍‌ ପର୍ସନାଲ୍‌ କେଆର୍‌ ପ୍ରଡକ୍ଟ ମଧ୍ୟ ବଜାରକୁ ଛାଡ଼ିଛନ୍ତି।ଏହା ଫଳରେ ବଜାରରେ ପତଞ୍ଜଳିର ପ୍ରଭାବ ହ୍ରାସ ପାଇଲା ବୋଲି ବିଶ୍ଳେଷକ ବରୁଣ ଲୋଚକ ଓ ତନ୍ମୟ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର