ହିମାଳୟରେ ପତଞ୍ଜଳିର ଚେରମୂଳିର ସନ୍ଧାନ

ହରିଦ୍ବାର: ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କ ନେତୃତ୍ବରେ ପତଞ୍ଜଳିର ଟିମ୍ ହିମାଳୟରେ ୫୫୦ ଦୁର୍ଭଲ ଚେରମୂଳିର ସନ୍ଧାନ କରିଛନ୍ତି। ସେହି ଚେରମୂଳିଗୁଡ଼ିକ ଉପରେ ବଡ଼ ଧରଣର ଅନୁସନ୍ଧାନ କାର୍ଯ୍ୟ କରିବାକୁ ପତଞ୍ଜଳି ଯୋଜନା ରଖିଛି। ପତଞ୍ଜଳିର ଟିମ୍‌ ହିମାଳୟର ତିନି ଶିଖରରେ ପହଞ୍ଚି ଇତିହାସ ରଚିଛନ୍ତି। ସେଠାରୁ ଫେରିବା ପରେ ସେମାନଙ୍କୁ ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନ (ଏନ୍‌ଆଇଏମ୍‌)ର ଅଧ୍ୟକ୍ଷ କର୍ଣ୍ଣେଲ ଅମିତ ବିଷ୍ଟ ଅଭିନନ୍ଦନ ଜଣାଇଛନ୍ତି। ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଏଥିପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ବାବା ରାମଦେବ ଉପସ୍ଥିତ ରହି ଏହି ପର୍ବତାରୋହଣକୁ ଏକ ଅତ୍ୟନ୍ତ ସାହସିକ କାର୍ଯ୍ୟ ବୋଲି କହିଛନ୍ତି। ଟିମ୍‌ ପହଞ୍ଚିଥିବା ତିନି ଶିଖରକୁ ଅନାମିତ, ଅନାରୋହିତ ଓ ଅଭିଜିତ ଭାବେ ନାମକରଣ କରାଯାଇଛି। ଗତ ସେପ୍ଟେମ୍ବର ୧୪ରେ ପତଞ୍ଜଳି ଟିମ୍‌ର ପର୍ବତାରୋହଣ ଅଭିଯାନକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ବାବା ରାମଦେବ ପାତାକା ଦେଖାଇ ଶୁଭାରମ୍ଭ କରିଥିଲେ ଯାହା ୨୫ ତାରିଖରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର