ହରିଦ୍ବାର: ବାବା ରାମଦେବଙ୍କ ପ୍ରେରଣା ଓ ପତଞ୍ଜଳି ବୈଜ୍ଞାନିକଙ୍କ ଗବେଷଣାରୁ ପ୍ରସ୍ତୁତ କିଡ୍‌ନି ଔଷଧ ‘ରେନୋଗ୍ରିଟ୍‌’ ସମ୍ପର୍କିତ ଗବେଷଣା ରିପୋର୍ଟକୁ ବିଶ୍ବର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ନେଚର୍ ପୋର୍ଟଫୋଲିଓ’ର ରିସର୍ଚ ଜର୍ଣ୍ଣାଲ୍‌ ‘ସାଇଣ୍ଟିଫିକ୍ ରିପୋର୍ଟସ୍‌’ର ୨୦୨୪ ବର୍ଷର ଶ୍ରେଷ୍ଠ ୧୦୦ ଗବେଷଣା ରିପୋର୍ଟ‌ରେ ସାମିଲ କରାଯାଇଛି। ସାଇଣ୍ଟିଫିକ୍ ରିପୋର୍ଟସ୍‌ ହେଉଛି ବିଶ୍ବର ପଞ୍ଚମ ସବୁଠୁ ଖୋଜା ଯାଉଥିବା ଜର୍ଣ୍ଣାଲ। ରେନୋଗ୍ରିଟ୍‌ ଉପରେ ପ୍ରକାଶିତ ରିସର୍ଚ୍ଚ ପେପର୍‌କୁ ୨୫୬୮ ଜଣ ଡାଉନ୍‌ଲୋଡ୍ କରିଛନ୍ତି। ଆୟୁର୍ବେଦିକ ଔଷଧ ରୋଗ ଭଲ କରିବାର ଏକ ସଫଳ ପଦ୍ଧତି ଏବଂ ଜଡ଼ିବୁଟିରୁ ପ୍ରସ୍ତୁତ ଔଷଧ ବୈଜ୍ଞାନିକଙ୍କ ପାଇଁ କୌତୁହଳର ବିଷୟ ପାଲଟିଥିବା ଏଥିରୁ ଜଣାପଡ଼ୁଛି। 

Advertisment

ପତଞ୍ଜଳି ପକ୍ଷରୁ କୁହାଯାଇଛି ଯେ ରୋନୋଗ୍ରିଟ୍ ‌କ୍ୟାନସର ଓ ଏଲୋପାଥିକ୍ ଔଷଧ ସିସ୍‌ପ୍ଲାଟିନ୍‌ର କିଡ୍‌ନି ଉପରେ ଖରାପ ପ୍ରଭାବକୁ ଦୂର କରୁଥିବା ବେଳେ କିଡ୍‌ନି କୋଷ ଉପରେ ପଡ଼ୁଥିବା ଅକ୍ସିଡେଟିଭ୍ ଚାପକୁ କମ୍ କରୁଛି। ଏହି ଅବସରରେ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ ରେନୋଗ୍ରିଟ୍‌ର ଏହି ସଫଳତା ଆୟୁର୍ବେଦର ବୈଜ୍ଞାନିକ ପ୍ରମାଣକୁ ବିଶ୍ବସ୍ତରରେ ମାନ୍ୟତା ପ୍ରଦାନ କରିବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ।