ପଟିଆରେ ଲୁଇ ଫିଲିପ୍‌ର ନୂଆ ଷ୍ଟୋର୍‌

ଭୁବନେଶ୍ୱର: ପଟିଆରେ ଲୁଇ ଫିଲିପ୍‌ ଷ୍ଟୋର୍‌ର ନବକଳେବର ହୋଇଛି। ନବୀକୃତ ଷ୍ଟୋର୍‌କୁ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଉଦ୍‌ଘାଟନ କରିଛନ୍ତି। ଗ୍ରାହକମାନେ ଏହି ନୂଆ ଷ୍ଟୋର୍‌ରୁ ୬୯୯୯ ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କଲେ ୧୦୦୦ ଟଙ୍କାର ରିହାତି ପାଇବେ। ଲୁଇ ଫିଲିପ୍‌ ହେଉଛି ଏକ ପ୍ରିମିୟମ୍‌ ପୁରୁଷ ପୋଷାକ ବ୍ରାଣ୍ଡ୍‌। ଷ୍ଟୋର୍‌ର ବିବାହ ସମ୍ଭାରକୁ ସ୍ଥାନିତ କରାଯାଇଛି। ଏହା ବ୍ୟତୀତ ଗ୍ରାହକମାନେ ଏଠାରେ ପୁରୁଷଙ୍କ ପାଇଁ ସାର୍ଟ, ଟ୍ରାଉଜର୍‌, ଟି-ସାର୍ଟ, ସୁଟ୍‌ ଏବଂ ଅନ୍ୟାନ୍ୟ ଆକ୍‌ସେସୋରିଜ୍‌ ବିକ୍ରି କରାଯାଉଛି। ପୂର୍ବରୁ କେବଳ ଫର୍ମାଲ୍‌ ପୋଷାକକୁ ଧ୍ୟାନ ଦେଉଥିବା ଏହି ଷ୍ଟୋର୍‌ରେ ବର୍ତ୍ତମାନ ସମସ୍ତ ପ୍ରକାର ପୁରୁଷ ପୋଷାକ ଉପଲବ୍ଧ ରହିଥିବା ଷ୍ଟୋର୍‌ର ପପୁ ହଂସ ଏବଂ ମାନିକ୍‌ ହଂସ ପ୍ରକାଶ କରିଛନ୍ତି। ଆଗକୁ ଆସୁଥିବା ବିବାହ ଋତୁକୁ ଦୃଷ୍ଟିରେ ରଖି ପଟିଆ ଷ୍ଟୋର୍‌ର ପୁନଃଶୁଭାରମ୍ଭ କରାଯାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର