ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାର ମହୁଲଶୁଖା ଖଣିକୁ ପଟ୍ଟନାୟକ ମିନେରାଲ୍ସକୁ ମିଳିଛି। ଏହି ଖଣି ପାଇଁ ଡକାଯାଇଥିବା ନିଲାମରେ ପଟ୍ଟନାୟକ ମିନେରାଲ୍ସ ୯୨.୭୦ ପ୍ରତିଶତ ପ୍ରିମିୟମରେ ହାସଲ କରିଛି। ଆର୍ଯ୍ୟାନ ମାଇନିଂ ଆଣ୍ଡ ଟ୍ରେଡିଂ କମ୍ପାନି ନିକଟରେ ଏବେ ଉକ୍ତ ଖଣି ରହିଛି। ତେବେ ଏହି ଖଣି ନିଲାମରେ ପଟ୍ଟନାୟକ ମିନେରାଲ୍ସ ସହିତ ମୋଟ ୭ଟି ଖଣି ଦୌଡ଼ରେ ଥିଲେ। ସେମାନେ ହେଲେ ଟି ପି ସାଓ, ଏଲଟିଏ, ଜି ଭି ମାଇନ୍ସ, ଫ୍ରିଗ୍ରେଡ୍, ୟାଜଦାନୀ ଏବଂ ଶ୍ୟାମ ଓର୍ସ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ଟି ଖଣିର ନିଲାମ ଶେଷ ହୋଇଛି। ଏଥିରୁ ଜେଏସ୍ଡବ୍ଲ୍ୟୁ ୪ଟି ଖଣି ପାଇଛି। ସେଗୁଡ଼ିକ ହେଲା ନୂଆଗାଁ, ନାରାୟଣପୋଷି, ଗଣୁଆ ଏବଂ ଜଜାଙ୍ଗ। ଏତବ୍ୟତୀତ ଶ୍ୟାମ ଷ୍ଟିଲ ଜିଲିଂ-ଲାଙ୍ଗାଲୋଟା ଖଣି ପାଇଥିବାବେଳେ ସିରାଜୁଦ୍ଦିନ ବଲଦା ଖଣି, ଆର୍ସେଲର ମିତ୍ତଲ ଠାକୁରାଣୀ ଖଣି ଏବଂ ନର୍ଭେରାମ୍ ପାୱାର ରୋଇଡ଼ା-୨ ଖଣିକୁ କିଣିବାରେ ସକ୍ଷମ ହୋଇଛନ୍ତି।
କେନ୍ଦୁଝର ଜିଲ୍ଲାର ମହୁଲଶୁଖା ଖଣି ପାଇଲା ପଟ୍ଟନାୟକ ମିନେରାଲ୍ସ
/sambad/media/post_attachments/wp-content/uploads/2020/02/download-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)