୧୪ରେ ଷ୍ଟାର୍‌ କିରଣରେ ଦେଶାତ୍ମବୋଧ କାର୍ଯ୍ୟକ୍ରମ

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଷ୍ଟାର୍‌ କିରଣ ଚ୍ୟାନେଲ୍‌ରେ ଦିନତମାମ ଦେଶାତ୍ମବୋଧ କାର୍ଯ୍ୟକ୍ରମ ପ୍ରସାରିତ ହେବ। ସକାଳ ୧୦ଟାରେ କୁନି ପିଲାମାନଙ୍କ ପାଇଁ ଚଳଚ୍ଚିତ୍ର ବୀର ଯୋଦ୍ଧା ପୃଥ୍ବୀରାଜ ଚୌହାନ ପ୍ରସାରଣ ହେବ ଏବଂ ଦିନ ୧୨ଟା ୩୦ରେ ସହିଦ ରଘୁ ସର୍ଦ୍ଦାରର ୱାର୍ଲଡ୍‌ ଟିଭି ପ୍ରିମିୟର ହେବ। ଏହି ଚଳଚ୍ଚିତ୍ର ସ୍ବାଧୀନତା ସଂଗ୍ରାମୀ ରଘୁନାଥ ପଟ୍ଟାନୟକଙ୍କ ଜୀବନ‌ୀ ଉପରେ ଆଧାରିତ। ସନ୍ଧ୍ୟା ୬ଟାରେ ଉଡ଼େ ତ୍ରିରଙ୍ଗା କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ଯେଉଁଥି‌ରେ ଦେଶର ବୀର ଯବାନ ଓ ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ପ୍ରଦାନ କରିବା ଲାଗି ପ୍ରୟାସ କରାଯାଇଛି।

ଏଥିରେ ଓଡ଼ିଆ ସିନେ କଳାକାର, ଗାୟକ ଓ ନୃତ୍ୟଶିଳ୍ପୀ ଭାବେ ଭାଗ ନେଇଛନ୍ତି। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ପାଇକ ନୃତ୍ୟ ଓ ମାଲ ଶମ୍ବ ପ୍ରଦର୍ଶନ ହେବା ସହିତ ବାଲୁକା ଶିଳ୍ପୀ ସୁଚିତ୍ରା ମହେଶ୍ବତା ନିଜର କଳା ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମକୁ ଲିପ୍‌ସା ମିଶ୍ର, ଆକାଶ ଦାସନାୟକ ଓ କୁନା ତ୍ରିପାଠୀ ପରିଚାଳନା କରିବେ। ଅନ୍ୟ କଳାକାର ଓ ତାରକାଙ୍କ ମଧ୍ୟରେ ଭୂମିକା ଦାଶ, ଶିବାନୀ ସଙ୍ଗୀତା, ଜ୍ୟୋତି ରଞ୍ଜନ ନାୟକ, ସୂର୍ଯ୍ୟମୟୀ ମହାପାତ୍ର, ଶୈଳେନ୍ଦ୍ର ସାମନ୍ତରାୟ, ସ୍ବରାଜ ବାରିକ, ରାକେଶ ଦେଓ, ଶଶାଙ୍କ ଶେଖର, ସ୍ବୟମ୍ ପାଢ଼ୀ, ଅନ୍ତରା ଚକ୍ରବର୍ତୀ, ସୋହିନୀ ମିଶ୍ର ଓ କୁଲଦୀପ ପଟ୍ଟନାୟକ ଦର୍ଶକଙ୍କ ମନୋରଞ୍ଜନ କରିବେ।

ସମ୍ବନ୍ଧିତ ଖବର