ଖିମ୍‌ଜୀରେ ‘ପାୟଲ ଓ ଟୋ ରିଙ୍ଗ୍‌’ ଫେଷ୍ଟିଭାଲ୍

ଭୁବନେଶ୍ବର : ରଜ ସଂକ୍ରାନ୍ତିକୁ ନଜରରେ ରଖି ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ପାୟଲ ଆଣ୍ଡ୍‌ ଟୋ ରିଙ୍ଗ୍‌ ଫେଷ୍ଟିଭାଲ୍ ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନଙ୍କ ପାଇଁ ରୁପା ପାଉଁଜିର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୨୫% ରିହାତି, ରୁପା ପାଉଁଜି ଓ ଗୋଡ଼ ମୁଦି ମୂଲ୍ୟ ଉପରେ ୧୦% ରିହାତି ଦିଆଯାଉଛି। ଚଳିତ ମାସ ୬ରୁ ୧୫ ପର୍ଯ୍ୟନ୍ତ ଏହି ଅଫର ବୈଧ ରହିବ। ଏସ୍‌ବିଆଇ କାର୍ଡର ଗ୍ରାହକମାନେ ୫% କ୍ୟାସ୍‌ବ୍ୟାକ୍ ମଧ୍ୟ ପାଇପାରିବେ।

ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି ଯେ ରଜ ହେଉଛି ରାଜ୍ୟର ପ୍ରମୁଖ ପର୍ବମାନଙ୍କ ମଧ୍ୟରୁ ଅନ୍ୟତମ ଯାହା ନାରୀତ୍ବକୁ ସମ୍ମାନ ଜଣାଇ ପାଳନ କରାଯାଏ। ଏହି ବିଶେଷ ଉତ୍ସବରେ ନାରୀମାନଙ୍କ ଖୁସିରେ ଅଧିକ ରଙ୍ଗ ଓ ଆନନ୍ଦ ଯୋଡ଼ିବା ପାଇଁ ଖିମ୍‌ଜୀ ଜୁଏଲର୍ସ ଓଡ଼ିଆ ଯୁବତୀଙ୍କ ମନପସନ୍ଦର ଅଳଙ୍କାର ପାଉଁଜି ଓ ଗୋଡ଼ ମୁଦିରେ ସ୍ବତନ୍ତ୍ର ଅଫର ଆଣିଛି। ଏହି ଅଫର ଗ୍ରାହକମାନଙ୍କ ମୁହଁରେ ହସଫୁଟାଇବ ବୋଲି ମୁଁ ଆଶା ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର