ନୂଆଦିଲ୍ଲୀ: ପେମେଣ୍ଟ୍ ବ୍ୟାଙ୍କ୍ ପେଟିଏମ୍ ନିଜର ଗ୍ରାହକମାନଙ୍କ ସକାଶେ ଏକ ଆକର୍ଷଣୀୟ ଅଫର୍ ଜାରି କରିଛି। ଏହି ଅଫର୍ ଜରିଆରେ ବିମାନ ଟିକେଟ୍ କ୍ଷେତ୍ରରେ ଗ୍ରାହକଙ୍କୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ଏହି ଅଫର୍ ଜଣେ ବ୍ୟବହାରକାରୀଙ୍କୁ ଥରେ ମାତ୍ର ହିଁ ମିଳିବ। କମ୍ପାନି ପକ୍ଷରୁ ଏହି ଅଫର୍ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଲାଗୁ କରାଯାଇଛି। ଏହି କ୍ୟାସ୍ବ୍ୟାକ୍କୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଫ୍ଲାଇଟ୍ଲଭ୍ ପ୍ରେମୋକାଡ ବ୍ୟବହାର କରିବାକୁ ପଡ଼ିବ। ଏହା ସହ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ବି ଭେରିଫାଏଡ ହେବା ଜରୁରୀ। ଏହି ଟିକେଟ୍ ବ୍ୟବହାରକାରୀ ପେଟିଏମ୍ ଆପ୍ କିମ୍ବା େଓ୍ଵବ୍ସାଇଟ୍ରେ କରିପାରିବେ। ଟିକେଟ୍ କରିବାର ୨୪ ଘଣ୍ଟା ମଧ୍ୟରେ ବ୍ୟବହାରକାରୀଙ୍କ ପେଟିଏମ୍ ଓ୍ଵାଲେଟ୍କୁ ଟଙ୍କା ଫେରସ୍ତ ହୋଇଯିବ।
ପେଟିଏମ୍ ପକ୍ଷରୁ କୁହାଯାଇଛି କି ଟିକେଟ୍ କରି ତାହାକୁ କ୍ୟାନ୍ସଲ୍ କରିଦେଲେ ଆଉ କ୍ୟାସ୍ବ୍ୟାକ୍ ଅଫର୍ ଲାଗୁ ହେବ ନାହିଁ। ଜାଣିରଖନ୍ତୁୁ ଯେ, ୫ ହଜାର ଟଙ୍କାରେ ୧୫୦ କ୍ୟାସ୍ବ୍ୟାକ୍, ୮ ହଜାର ଟଙ୍କା ପର୍ଯ୍ୟନ୍ତ ୩୦୦ କ୍ୟାସ୍ବ୍ୟାକ୍, ୧୫ ହଜାର ପର୍ଯ୍ୟନ୍ତ ୫୦୦ କ୍ୟାସ୍ବ୍ୟାକ୍, ୨୫ ହଜାର ପର୍ଯ୍ୟନ୍ତ ୭୫୦ କ୍ୟାସ୍ବ୍ୟାକ୍, ୫୦ ହଜାର ପର୍ଯ୍ୟନ୍ତ ହଜାରେ କ୍ୟାସ୍ବ୍ୟାକ୍, ୭୫ ହଜାର ପର୍ଯ୍ୟନ୍ତ ୨ ହଜାର କ୍ୟାସ୍ବ୍ୟାକ୍ ଓ ୭୫ ହଜାରରୁ ଊର୍ଧ୍ୱ ପାଇଁ ଅଢ଼େଇ ହଜାର କ୍ୟାସ୍ବ୍ୟାକ୍ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/1_ax_NH71WDPsxPS-fGFRqsQ.jpeg)