ମୁମ୍ବାଇ: ଦେଶର ସବୁଠାରୁ ବଡ଼ ପେମେଣ୍ଟ୍ ଆପ୍ ପେଟିଏମ୍ ଏବେ ଗ୍ରାହକଙ୍କ ପାଇଁ ଆଣିଛି ଏକ ଆକର୍ଷଣୀୟ ଅଫର୍। ପେଟିଏମ୍ ଦ୍ୱାରା ପେଟ୍ରୋଲ୍ ଓ ଡିଜେଲ୍ କ୍ରୟ କଲେ ୭,୫୦୦ ଟଙ୍କାର କ୍ୟାସ୍ବ୍ୟାକ୍ ଅଫର୍ ମିଳିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି। ତେବେ ଚାଲନ୍ତୁ ଜାଣିବା ଅଫର୍ ମୁତାବକ ଆପଣଙ୍କୁ କେଉଁ ସବୁ ସୁବିଧା ଉପଲବ୍ଧ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
: ୭,୫୦୦ ଟଙ୍କାର କ୍ୟାସ୍ବ୍ୟାକ୍ ଅଫର୍ ନିର୍ଦ୍ଦିଷ୍ଟ କେତୋଟି ପେଟ୍ରୋଲ୍ ପମ୍ପ୍ରେ ଲାଗୁ ହେବ। ସର୍ବନିମ୍ନ ୫୦ ଟଙ୍କାର ପେଟ୍ରୋଲ କ୍ରୟରେ ଏହି ଅଫର୍ କାର୍ଯ୍ୟ କରିବ। ଏହି ଅଫର୍ର ଅବଧି ୨୦୧୯ ଅଗଷ୍ଟ ୧ ତାରିଖ।
: ପ୍ରଥମ ନେଣଦେଣ ପରେ ‘ଗେଟ୍ ଅପ୍ଟୁ ରୁପିଜ୍ ୭୫୦୦ କ୍ୟାସ୍ବ୍ୟାକ୍ ଅଫର୍’ରେ ଭାଗ ନେବାକୁ ଗ୍ରାହକ ସୁଯୋଗ ପାଇବେ। ଏଥିରେ ଭାଗ ନେବା ପାଇଁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ‘କ୍ୟାସ୍ବ୍ୟାକ୍ ଅଫର୍’ ସେକ୍ସନକୁ କ୍ଲିକ୍ କରିବାକୁ ହେବ।
: ତା’ପ୍ରରେ ୪୮ ଘଣ୍ଟା ମଧ୍ୟରେ ପେଟିଏମ୍ ପକ୍ଷରୁ ଗ୍ରାହକଙ୍କୁ ଏସ୍ଏମ୍ଏସ୍ ଜରିଆରେ ଏକ ପ୍ରମୋ କୋଡ୍ ମିଳିବ।
: ଯଦି ବି ବ୍ୟବହାରକାରୀ ଗୋଟାଏ ସପ୍ତାହରେ ଅନେକ ଥର ନେଣଦେଣ କରିଛନ୍ତି। ମାତ୍ର ପ୍ରମୋ କୋଡ୍ କେବଳ ସଫଳ ନେଣଦେଣ ପାଇଁ ମିଳିବ।