ପୁଣି ଗୁଗୁଲ ପ୍ଲେ ଷ୍ଟୋରକୁ ଫେରିଲା ପେଟିଏମ

ନୂଆଦିଲ୍ଲୀ : ଗୁଗୁଲ ପ୍ଲେ ଷ୍ଟୋରକୁ ପୁଣି ଫେରିଲା ଲୋକପ୍ରିୟ ପେମେଣ୍ଟ ଓ ଇ-କମର୍ସ ଆପ ପେଟିଏମ୍‌ । ପେଟିଏମ୍‌ ନିଜର ବିବାଦୀୟ କ୍ରୀଡ଼ା ବେଟିଂକୁ ପ୍ରତ୍ୟାହାର କରିନେବା ପରେ ଗୁଗୁଲ ପେଟିଏମ ଉପରୁ ନିଷେଧାଜ୍ଞା ଉଠାଇନେଇଥିବା ଜଣାଯାଇଛି ।

ଏହା ପୂର୍ବରୁ ପେଟିଏମ କହିଥିଲା ଯେ ନିକଟରେ ଲଞ୍ଚ କରାଯାଇଥିବା ପେଟିଏମ କ୍ରିକେଟ ଲିଗକୁ ହଟାଇ ଦିଆଯାଇଛି । ପ୍ଲେ ଷ୍ଟୋର ନିୟମକୁ ଅନୁପାଳନ କରି ଏହି ଗେମରେ ଥିବା କ୍ୟାସବ୍ୟାକ୍‌ ବ୍ୟବସ୍ଥାକୁ ଉଠାଇନିଆଯାଇଛି ।

ଏହା ସହିତ ପେଟିଏମ ପକ୍ଷରୁ ନିଜର ଗ୍ରାହକମାନଙ୍କୁ ମଧ୍ୟ ଭରସା ଦିଆଯାଇଥିଲା ଯେ ଏହାର ସବୁ କାର୍ଯ୍ୟ ଆଇନ ଅନୁମୋଦିତ ଉପାୟରେ ହୋଇଥାଏ । ଏଣୁ ଗ୍ରାହକଙ୍କର ସବୁ ଅର୍ଥ ସୁରକ୍ଷିତ ରହିଛି ।

ପେଟିଏମ କ୍ରିକେଟ ଲିଗ ମାଧ୍ୟମରେ ୟୁଜରମାନେ ପ୍ରତି କାରବାର ପରେ ପ୍ଲେୟର ଷ୍ଟ୍ରିକର ପାଇପାରିବେ । ୟୁଜରମାନେ ଏହି ଷ୍ଟ୍ରିକର ସଂଗ୍ରହ କରି କ୍ୟାସବ୍ୟାକ ପାଇପାରିବେ । ଏହାକୁ ଏକ ଜୁଆ ବୋଲି ଦର୍ଶାଇ ଗୁଗୁଲ ତାହାକୁ ହଟାଇଦେଇଥିଲା ।

ସମ୍ବନ୍ଧିତ ଖବର