ନୂଆଦିଲ୍ଲୀ: ଯଦି ଯାତ୍ରୀମାନେ ବିମାନରେ ଶସ୍ତାରେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁସି ଖବର ରହିଛି। ଦେଶର ଜଣାଶୁଣା କମ୍ପାନି ପେଟିଏମ୍ ବିମାନ ଟିକେଟରେ ରିହାତି ପ୍ରଦାନ କରୁଛି। କମ୍ପାନି ଟୁଇଟ୍ କରି ଏହି ସୂଚନା ଦେଇଛି। ପେଟିଏମ୍ କହିଛି ଯେ , ସଶସ୍ତ୍ର ବାହିନୀର କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ବରିଷ୍ଠ ନାଗରିକଙ୍କୁ ଏହି ସ୍ୱତନ୍ତ୍ର ରିହାତି ଦିଆଯିବ। ଏଥିରେ ୧୫-୫୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଯାତ୍ରୀମାନେ ସେମାନଙ୍କର ବିବରଣୀ ଦେବା ପରେ ବିମାନ ସର୍ଚ୍ଚ କରି ଲାଗୁ ଅଫର ଖୋଜି ପାରିବେ । ଏହି ଅଫର ଇଣ୍ଡିଗୋ, ଗୋ ଏୟାର, ସ୍ପାଇସଜେଟ ଏବଂ ଏୟାରଏସିଆରେ ଟିକେଟ ବୁକିଂ ପାଇଁ ପ୍ରଯୁଜ୍ୟ ହେବ ।
Special fares for Armed Forces, Students and Senior Citizens launched on Paytm.
Read up and book now!https://t.co/RTEVuhctPl#specialfares#economictimes— Paytm Travel (@PaytmTravel) December 7, 2021
ପେଟିଏମର ଏହି ବିଶେଷ ଅଫର୍ ଅନୁଯାୟୀ, ଛାତ୍ରଛାତ୍ରୀମାନେ ୧୦କିଲୋଗ୍ରାମ ପର୍ଯ୍ୟନ୍ତ ଅତିରିକ୍ତ ଲଗେଜ୍ ବହନ କରିବାର ଲାଭ ମଧ୍ୟ ଉଠାଇପାରିବେ । ଏହା ସହିତ ଫ୍ଲାଟ ୧୦ ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ। ଏହି ବିଶେଷ ଅଫରର ଲାଭ ଉଠାଇବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ପେମେଣ୍ଟ ସମୟରେ ଏକ ପ୍ରୋମୋକୋଡ୍ ୱାଇଓଏଲଓ ପ୍ରବେଶ କରିବାକୁ ପଡିବ । ପେଟିଏମ୍ ଏହି ଅଫରକୁ ୧୦ପ୍ଲସ୧୦ ଅଫର୍ ଭାବରେ ନାମିତ କରିଛି।
ଯଦି ଆପଣ ଜଣେ ବରିଷ୍ଠ ନାଗରିକ, ଅର୍ଥାତ୍ ଆପଣଙ୍କର ବୟସ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ, ତେବେ ଆପଣ ପେଟିଏମ୍ ଠାରୁ ୩୦୦ ଟଙ୍କା କ୍ୟାସବ୍ୟାକ୍ ଏବଂ ବିମାନ ସେବା ଠାରୁ ୧୦ ପ୍ରତିଶତ ରିହାତି ପାଇବେ । ଏହି ବିଶେଷ ଅଫରର ଲାଭ ଉଠାଇବାକୁ, ବରିଷ୍ଠ ନାଗରିକମାନଙ୍କୁ ଅନଲାଇନ୍ ପେମେଣ୍ଟ ସମୟରେ ଏକ ପ୍ରୋମୋକୋଡ୍ SENIOR ପ୍ରବେଶ କରିବାକୁ ପଡିବ ।
ଯଦି ସଶସ୍ତ୍ର ବାହିନୀର କୌଣସି କର୍ମଚାରୀ-ଅଧିକାରୀ ପେଟିଏମ୍ ମାଧ୍ୟମରେ ବିମାନ ଟିକେଟ ବୁକ୍ କରନ୍ତି, ତେବେ ସେମାନେ ବୁକିଂରେ ୧୦ ପ୍ରତିଶତ କ୍ୟାସବ୍ୟାକ୍ ପାଇବେ । ଏହା ବ୍ୟତୀତ ଏୟାରଲାଇନ୍ସ ସେବା ଠାରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ରିହାତି ମଧ୍ୟ ଉପଲବ୍ଧ ହେବ । ଏହିପରି ଯାତ୍ରୀଙ୍କୁ ବିମାନ ଟିକେଟ ବୁକ୍ କରିବା ସମୟରେ ଏକ ପ୍ରୋମୋକୋଡ୍ JAI HIND ପ୍ରବେଶ କରିବାକୁ ପଡିବ ।