ନୂଆଦିଲ୍ଲୀ: ପେଟିଏମ୍ କ୍ୟାସବ୍ୟାକ୍ ସେଲ୍ ପରେ ଏବେ ପେଟିଏମ ମଲ୍ରେ ପୁଣି ଏକ ଜବରଦସ୍ତ ସେଲ ନେଇ ଆସୁଛି। ହାପି ନ୍ୟୁ ଇୟର ନାମର ଏହି ସେଲରେ ସ୍ମାର୍ଟଫୋନ୍ରୁ ନେଇ ଟିଭି ଓ ଅନ୍ୟ ଇଲେକ୍ଟ୍ରିନିକ୍ ପ୍ରଡକ୍ଟ ଉପରେ ଆକର୍ଷଣୀୟ ଡିସ୍କାଉଣ୍ଟ ମିଳିବ।
ପେଟିଏମ୍ ମଲ୍ର ହାପି ନ୍ୟୁ ଇୟର ସେଲ୍ ଆଜି ଅର୍ଥାତ୍ ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଜାନୁଆରି ୧ ପର୍ଯ୍ୟନ୍ତ ଚାଲିବ। ଏହି ୬ଦିନ ଭିତରେ ଗ୍ରାହକ ଲାପ୍ଟପ୍, ସ୍ମାର୍ଟଫୋନ୍ରୁ ନେଇ ଫ୍ରିଜ, ଏସି, ଗିଜର ଓ ଅନ୍ୟ ସାମଗ୍ରୀ କିଣିବା ଉପରେ ଜବରଦସ୍ତ ମଉକା ରହିଛି।
ପେଟିଏମ୍ ମଲ ନିଜର ସେଲରେ ସ୍ମାର୍ଟଫୋନ୍ ସେଲ୍ ପ୍ରାରମ୍ଭିକ ମୂଲ୍ୟ ୬,୯୯୯ ରଖିଛି। ଗ୍ରାହକ ସାଓମି ରେଡମି ନୋଟ୍ ୫ ପ୍ରୋ, ସାଓମି ରେଡମି ଓ୍ଵାଇ୨, ଲେନୋଭୋ କେ୮ ନୋଟ୍, ସାମସଙ୍ଗ ଗାଲାକ୍ସି ଜେ୬ (୨୦୧୮), ହନର ୯ ଲାଇଟ ଓ ଭିଭୋ ଓ୍ଵା୮୩ ପ୍ରୋ ଭଳି ସ୍ମାର୍ଟଫୋନ୍ସ ଉପରେ ଜବରଦସ୍ତ ଛାଡ଼ ମିଳିଛି। ନିକଟରେ ଲଞ୍ଚ କରାଯାଇଥିବା ରେଡମି ୬ ପ୍ରୋରେ ଏହି ସେଲ୍ରେ ୩୧୦ ଟଙ୍କାର କ୍ୟାସବ୍ୟାକ୍ରେ ମିଳୁଛି। ସେହିପରି ଓପୋ ଏ୫, ୭୦୦ଟଙ୍କାର କ୍ୟାସବ୍ୟାକ୍ ପରେ ୧୩, ୨୯୦ଟଙ୍କା ବିକ୍ରି କରାଯାଉଛି।
ଟିଭି ଓ ଅନ୍ୟାନ୍ୟ ଘରୋଇ ଉପକରଣ: ଟିଭି ଓ ଅନ୍ୟାନ୍ୟ ଘରୋଇ ଉପକରଣରେ ଉପରେ ଗ୍ରାହକଙ୍କୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ ମିଳିବ। ଟିଭି କିଣିଲେ ଗ୍ରାହକ ୭୦ପ୍ରତିଶତ ବଞ୍ଚାଇ ପାରିବେ। ସେହିପରି ଓ୍ଵାସିଂ ମେସିନ୍ ଉପରେ ୬୦ ପ୍ରତିଶତ ଓ ଫ୍ରିଜ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରି ପାରିବେ ଗ୍ରାହକ।