ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ କଲେ ଗ୍ରାହକଙ୍କୁ ମିଳିବ ୨,୭୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ

ନୂଆଦିଲ୍ଲୀ: ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ କରୁଥିବା ଗ୍ରାହକଙ୍କ ପାଇଁ କମ୍ପାନି ଅଫର ଘୋଷଣା କରିଛି। ଏଣିକି ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ୍ କଲେ ଗ୍ରାହକଙ୍କୁ ୨୭୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ। ଏଥିପାଇଁ ପେଟିଏମ ୩ପେ ୨୭୦୦ କ୍ୟାସବ୍ୟାକ ଅଫର ବାହାର କରିଛି। ଏହି ଅଫର ନୂଆ ଗ୍ରାହକଙ୍କ ପାଇଁ ବୈଧ ରହିଛି।
ପେଟିଏମର ଏହି ଅଫରରେ ପ୍ରଥମ ତିନି ମାସ ପାଇଁ ୯୦୦ଟଙ୍କାର କ୍ୟାସବ୍ୟାକ ମିଳିବ। ପେଟିଏମର ୩ପେ ୨୭୦୦ କ୍ୟାସବ୍ୟାକ ଅଫର ୩ମେଜର ଏଲପିଜି କମ୍ପାନି ଇଣ୍ଡେନ, ଏଚପି ଗ୍ୟାସ ଓ ଭାରତ ଗ୍ୟାସ ପାଇଁ ରହିଛି।

କେବଳ ଏତିକି ନୁହେଁ, ପେଟିଏମ ବ୍ୟବହାରକାରୀଙ୍କୁ ଟଙ୍କା ପରେ ପୈଠ କରିବାର ଅନୁମତି ବି ଦିଆଯିବ। ସେହିପରି ନିଶ୍ଚିତ ହୋଇଥିବା ସମୟରେ ଯଦି ଗ୍ରାହକ ଟଙ୍କା ପୈଠ କରି ନପାରନ୍ତି ତେବେ ତାଙ୍କୁ ଆଗାମୀ ମାସରେ ଟଙ୍କା ପୈଠ କରିବାକୁ ବି ବିକଳ୍ପ ଦିଆଯିବ। ଏଥିପାଇଁ ଗ୍ରାହକଙ୍କୁ ପେଟିଏମ ନାଓ ପେ ଲେଟର ପ୍ଲାନ ଇନରୋଲ କରିବାକୁ ପଡ଼ିବ।

Paytm

ଏହି ନୂଆ ଅଫରକୁ ନେଇ ପେଟିଏମ ପକ୍ଷରୁ କୁହାଯାଉଛି କି, ୟୁଟିଲିଟି ପେମେଣ୍ଟକୁ ସହଜ କରିବାକୁ ଯୋଜନା କରାଯାଉଛି। ଏହାକୁ ପୂରା ଦେଶପାଇଁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ କରିବାକୁ ଚାହାନ୍ତି।

ପେଟିଏମରୁ ଗ୍ୟାସ ସିଲିଣ୍ଡର ବୁକ କରିବା ପାଇଁ ବ୍ୟବହାରକାରୀଙ୍କୁ ଆପ ଓପନ କରିକି ବୁକ ଗ୍ୟାସ ସିଲିଣ୍ଡର ବିକଳ୍ପକୁ ଯିବାକୁ ପଡ଼ିବ। ଏଠାରେ ତାଙ୍କୁ ଗ୍ୟାସ ସିଲିଣ୍ଡର ବାଛିବାକୁ ପଡ଼ିବ। ଏହାପରେ ମୋବାଇଲ ନମ୍ବର, ଏଲପିଜି ଆଇଡି ଓ କନଜ୍ୟୁମର ନମ୍ବର ଦେବାକୁ ପଡ଼ିବ।

ସମ୍ପୂର୍ଣ୍ଣ ସୂଚନା ଦେବା ପରେ ବ୍ୟବହାରକାରୀଙ୍କୁ ପେମେଣ୍ଟ କରିବାକୁ ପଡ଼ିବ। ଏଥିପାଇଁ ପେଟିଏମ ୱାଲେଟ, ପେଟିଏମ ୟୁପିଆଇ, କାର୍ଡ କିମ୍ବା ନେଟବେକିଂ ବ୍ୟବହାର କରି ପାରିବେ। ଗ୍ରାହକ ଗ୍ୟାସ ସିଲିଣ୍ଡରକୁ ବି ଟ୍ରାକ କରି ପାରିବେ। ପେଟିଏମ ଗ୍ୟାସ ବୁକିଂ ଫେସିଲିଟି ଗତବର୍ଷ ଲଞ୍ଚ କରିଥିଲା।

ସମ୍ବନ୍ଧିତ ଖବର