ପେଟିଏମ୍‌ର ରାଜସ୍ବ ୩୬୨୯ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଡିଜିଟାଲ୍ କାରବାରର ଗ୍ରହଣୀୟତା ବୃଦ୍ଧି ପାଇଥିବାରୁ ପେଟିଏମ୍ ୨୦୨୯-୨୦ ଆର୍ଥିକ ବର୍ଷରେ ୩୬୨୯ କୋଟି ଟଙ୍କାର ରାଜସ୍ବ ଆୟ କରିଛି। ଏଥି ସହିତ କଂପାନି ଏହାର କ୍ଷତିକୁ ମଧ୍ୟ ୪୦ ପ୍ରତିଶତ ହ୍ରାସ କରିବାରେ ସଫଳ ହୋଇଛି। ଡିଜିଟାଲ୍ ଆର୍ଥିକ ସେବା ପ୍ରଦାନ କରୁଥିବା ପେଟିଏମ୍ ପକ୍ଷରୁ ସମ୍ପତ୍ତି ପରିଚାଳନା ଓ ବୀମା ସେବା ମଧ୍ୟ ଆରମ୍ଭ କରାଯାଇଛି। ଏହା କଂପାନିର ରାଜସ୍ବକୁ ଆହୁରି ବଢ଼ାଇବାରେ ସହାୟକ ହେବ। ପେଟିଏମ୍ ଦୁଇ ଲକ୍ଷରୁ ଅଧିକ ଆଣ୍ଡ୍ରଏଡ୍‌ ପିଓଏସ୍‌ ମେସିନ୍ ବିକ୍ରି କରିଛି। କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥା ଓ ଗ୍ରୋସରି ଦୋକାନ ଆଦିରେ ସେଗୁଡ଼ିକର ବ୍ୟହବାର ବୃଦ୍ଧି ପାଇଛି। କଂପାନି ସହିତ ୧.୭ କୋଟି ଦୋକାନି ଯୋଡ଼ି ହୋଇଛନ୍ତି। କଂପାନି ଖୁବଶୀଘ୍ର ଇଞ୍ଜିନିୟର, ଡାଟା ବିଜ୍ଞାନୀ, ଫାଇନାନ୍ସିଆଲ ଆନାଲିଷ୍ଟ୍‌ ଓ ଅନ୍ୟାନ୍ୟ ପଦରେ ୧୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର

Comments are closed.