ପେବଲ୍‌ର ପାଓ୍ଵାରବ୍ୟାଙ୍କ୍‌ ‘ପିକୋ’

ପେବଲ୍‌ ପକ୍ଷରୁ ଏକ ନୂଆ ପାଓ୍ଵାର ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି। ଏହାର ନାମ ‘ପିକୋ’ ରଖାଯାଇଛି। ୧୦ ହଜାର ମିଲିଆମ୍ପିଅର୍‌ର ଏହି ପାଓ୍ଵାରବ୍ୟାଙ୍କର ଆକାର ଛୋଟ ହୋଇଥିବାବେଳେ ଓଜନ ମଧ୍ୟ କମ୍‌ ରହିଛି। ଏଥିରେ ଡିଜିଟାଲ ଇଣ୍ଡିକେଟର ବି ରହିଛି, ଯାହାଦ୍ୱାରା ଚାର୍ଜିଂ ସମ୍ପର୍କିତ ସୂଚନା ମିଳିପାରିଥାଏ। ଏତଦ୍‌ବ୍ୟତୀତ ଏଥିରେ ସୁରକ୍ଷା ଦୃଷ୍ଟିରୁ ଅନେକ ବୈଶିଷ୍ଟ୍ୟ ରହିଛି। ପାଓ୍ଵାର ବ୍ୟାଙ୍କର ଲମ୍ବ ୧୦ ସେମି, ପ୍ରସ୍ତ ୬.୭ ସେମି ଏବଂ ମୋଟେଇ ୨ ମିଲିମିଟର ରହିଛି। ପାଓ୍ଵାର ବ୍ୟାଙ୍କର ଓଜନ ପ୍ରାୟ ୨୫୦ ଗ୍ରାମ ହୋଇଥିବାବେଳେ ଏକାଥରେ ଏହା ଦୁଇଟି ଡିଭାଇସ୍‌କୁ ଚାର୍ଜ କରିପାରିବା କ୍ଷମତା ରଖିଛି। ପିକୋ ପାଓ୍ଵାର ବ୍ୟାଙ୍କର ଖୁଚୁରା ମୂଲ୍ୟ ୨୭୫୦ ଟଙ୍କା ରହିଛି। ତେବେ ଆମାଜନ୍‌ କିମ୍ବା ପେବଲ୍‌ର ଅଫିସିଆଲ େଓ୍ଵବସାଇଟ୍‌ରେ ଏହାର ଅନ୍‌ଲାଇନ୍‌ ମୂଲ୍ୟ ୧୫୯୯ ଟଙ୍କା ରହିଛି।

କାଇରା ଗ୍ଲୋବାଲ୍‌ର ଗେମିଂ କି’ବୋର୍ଡ


ଗେମିଂ ପ୍ରିୟ ବ୍ୟକ୍ତିଙ୍କ ପାଇଁ କାଇରା ଗ୍ଲୋବାଲ ପକ୍ଷରୁ ରେଜର ବ୍ଲାକଓ୍ଵିଡୋ ଅଲ୍ଟିମେଟ୍‌ ନାମରେ ଏକ ଗେମିଂ କି’ବୋର୍ଡ ଅଣାଯାଇଛି। ଏହି କି’ବୋର୍ଡଟି ଉଭୟ ଜଳ ଏବଂ ଧୂଳି ନିରୋଧକ ହୋଇଥିବାବେଳେ ଏହାକୁ ଆଇପି୫୪ ରେଟିଂ ପ୍ରଦାନ କରାଯାଇଛି। ଏହି କିବୋର୍ଡରେ ରେଜର୍‌ର ସବୁଜ ମେକାନିକାଲ ସ୍ୱିଚ୍‌ ଖଞ୍ଜା ଯାଇଛି। ୮୦ ନିୟୁତ କିଷ୍ଟ୍ରୋକ୍‌ର ଲାଇଫ୍‌ସ୍ପାନ୍‌ ଏହି କି’ବୋର୍ଡରେ ରହିଛି। ଉକ୍ତ କି’ବୋର୍ଡର ଓଜନ ପାଖାପାଖି ୩୭୮ ଗ୍ରାମ ରହିଥିବାବେଳେ ମୂଲ୍ୟ ୯୯୯୯ ଟଙ୍କା ରହିଛି।

ସମ୍ବନ୍ଧିତ ଖବର