ନୂଆଦିଲ୍ଲୀ: ଗାଡ଼ିର ବୀମା ନିୟମ ଗତ ସେପ୍ଟେମ୍ବରରୁ ବଦଳି ଯାଇଛି। ବୀମା ପ୍ରିମିୟମ ବାବଦରେ ଗାଡ଼ି କ୍ରେତାମାନଙ୍କୁ ବହୁ ଅଧିକ ମୂଲ୍ୟର ଅର୍ଥ ଦେବାକୁ ପଡ଼ୁଛି। ଏପରିକି ବାଇକ କ୍ରେତାମାନଙ୍କୁ ଗାଡ଼ି ମୂଲ୍ୟର ଏକ ୧୦% ଅର୍ଥ ଏବେ ବୀମା ବାବଦ ପ୍ରିମିୟମ ଆକାରରେ ପଇଠ କରିବାକୁ ପଡ଼ୁଛି। ଏଥିଯୋଗୁ ଗ୍ରାହକଙ୍କ ପାଇଁ ଗାଡ଼ି କିଣିବା ମହଙ୍ଗା ହୋଇଯାଇଛି। ଗାଡ଼ିର ବୀମା ସଂକ୍ରାନ୍ତରେ କୋର୍ଟ ଦେଇଥିବା ଦୁଇଟି ନିର୍ଦ୍ଦେଶ ଗ୍ରାହକ ଓ ଗାଡ଼ି କମ୍ପାନିଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି।ପ୍ରଥମତଃ ଗାଡ଼ି କ୍ରେତାମାନଙ୍କ ପାଇଁ ଦୀର୍ଘ ମିଆଦି ଓ ତୃତୀୟ ପକ୍ଷ ବୀମା କ୍ରୟକୁ ବାଧ୍ୟତାମୂଳକ କରାଯାଇଛି। ଦ୍ବିତୀୟତଃ ଗାଡ଼ି କ୍ରେତାମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା କ୍ରୟକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହାଫଳରେ ବୀମା ପ୍ରିମିୟମ ରାଶି ବାବଦରେ ଗ୍ରାହକଙ୍କୁ ବହୁ ଅଧିକ ଅର୍ଥ ଗଣିବାକୁ ପଡ଼ୁଛି। ଦୁଇ ଚକିଆ ଗାଡ଼ି କିଣୁଥିବା ଗ୍ରାହକଙ୍କ ପାଇଁ ପାଞ୍ଚ ବର୍ଷ ନିମନ୍ତେ ତୃତୀୟ ପକ୍ଷ ବୀମା କ୍ରୟ କରିବାକୁ ପଡ଼ୁଛି। ଏଥିସହିତ ୧ ବର୍ଷ ପାଇଁ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଓ ଗାଡ଼ିର ନିଜସ୍ବ କ୍ଷତି ବୀମା କ୍ରୟ କରିବାକୁ ପଡ଼ୁଛି। ଫଳରେ ଏକ ୧୫୦ ସିସି ବାଇକ ଯାହାର ମୂଲ୍ୟ ୭୫ ହଜାର ଟଙ୍କା ତାହାର ବୀମା ବାବଦରେ ଗ୍ରାହକଙ୍କୁ ୭୬୦୦ ଟଙ୍କା ଦେବାକୁ ପଡ଼ୁଛି। ସେହିଭଳି କାର କ୍ଷେତ୍ରରେ ମଧ୍ୟ ୩ ବର୍ଷ ପାଇଁ ତୃତୀୟ ପକ୍ଷ ବୀମା କ୍ରୟ କରିବାକୁ ପଡ଼ୁଛି। ଏତଦବ୍ୟତୀତ ବ୍ୟକ୍ତିଗତ ଦୁର୍ଘଟଣା ବୀମା ବାବଦରେ ଅତିରିକ୍ତ ୭୫୦ ଟଙ୍କା ସହିତ ଗାଡ଼ିର ନିଜସ୍ବ କ୍ଷତି ବାବଦ ବୀମା ପ୍ରିମିୟମ ଦେବାକୁ ପଡ଼ୁଛି। ଫଳରେ ୧୦୦୦ ସିସିରୁ ଅଧିକ ଇଞ୍ଜିନ କ୍ଷମତା ବିଶିଷ୍ଟ କାର କ୍ରେତାଙ୍କୁ ପୂର୍ବରୁ ୧୦ ହଜାର ଟଙ୍କା ପ୍ରମିୟମ ବାବଦରେ ଦେବାକୁ ପଡ଼ୁଥିବା ବେଳେ ଏବେ ଏହା ପ୍ରାୟ ୨୦ ହଜାର ଟଙ୍କା ପାଖାପାଖି ପଡ଼ୁଛି।
ଗାଡ଼ି ଗ୍ରାହକଙ୍କ ଦୁଃଖ ମହଙ୍ଗା ବୀମା
ବାଇକ ଦାମ୍ର ୧୦% ହେଉଛି ପ୍ରିମିୟମ, କାର୍ରେ ଦୁଇ ଗୁଣା ଅଧିକ
/sambad/media/post_attachments/wp-content/uploads/2018/10/vehicle-insurance-800x445.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)