ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାରେ ଟ୍ରାମ ସର୍ଭିସ କେବଳ ଯେ ଟ୍ରାନ୍ସପୋର୍ଟ ମୋଡ଼ ତାହା ନୁହେଁ ଏହା ହେଉଛି ୧୫୦ବର୍ଷର ପୁରୁଣା ଇତିହାସ। କୋଲକାତାବାସୀଙ୍କ ଏହି ଟ୍ରାମ ସର୍ଭିସ ସହିତ ଗଭୀର ଭାବେ ଜଡ଼ିତ। 

Advertisment

ପ୍ରକାଶିତ ରିପୋର୍ଟ ମୁତାବକ,‘ ପଶ୍ଚିମବଙ୍ଗର  ସରକାର ଏସପ୍ଲେନେଡରୁ ମୈଦାନ ପର୍ଯ୍ୟନ୍ତ ଏକ ଅଂଶକୁ ଛାଡ଼ିଦେଲେ ଏହି ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପରିବହନ ମନ୍ତ୍ରୀ ସ୍ନେହାସିସ ଚକ୍ରବର୍ତ୍ତୀ କହିଛନ୍ତି, ‘ସରକାର ପର୍ଯ୍ୟଟନ ଉଦ୍ଦେଶ୍ୟ  ପାଇଁ ଏହି ମାର୍ଗକୁ ବ୍ୟବହାର କରିବେ।  ଏହି ସେବା ବନ୍ଦ ଖବରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଟ୍ରାମ ସେବାକୁ ୧୮୭୩ ମସିହାରେ ଆରମ୍ଭ କରାଯାଇଥିଲା। ଆମେ ଲୋକଙ୍କ ମନକୁ ଆଘାତ ଦେବାକୁ ଚାହୁଁନାହୁଁ। କିନ୍ତୁ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଛି। ଟ୍ରାମର ଗତି ମନ୍ଥର ଥିବା ହେତୁ ରାସ୍ତାରେ ଲୋକଙ୍କର ଅଧିକ ଭିଡ଼ ଜମୁଛି। ଯେଉଁ କାରଣରୁ ଅନ୍ୟ ଯାତ୍ରୀଙ୍କୁ ଯାତାୟାତରେ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ୁଛି। 

ଏହି ନିଷ୍ପତ୍ତିକୁ ନେଇ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଟ୍ରାମ ସେବା ବନ୍ଦ କଲେ ଏକ ଯୁଗର ଅନ୍ତ ହେବ। ଇତିହାସର ଏକ ଅଂଶରେ ପୁନଃଚ୍ଛେଦ ପଡ଼ିଯିବ। ଆଗାମୀ ପିଢ଼ିଙ୍କ ପାଇଁ ଟ୍ରାମ ଏକ ଫଟୋ ଓ କାହାଣୀ ହୋଇ ରହିଯିବ। ଟ୍ରାମ ବନ୍ଦ ହୋଇଗଲେ କୋଲକାତାବାସୀ ଓ ରାସ୍ତା ତାହାକୁ ନିଶ୍ଚିୟ ଝୁରି ହେବେ।

ତେବେ କୋଲକାତା ଠାରୁ ଅଧିକ ଜନସଂଖ୍ୟା ଥିବା ସହରରେ ଟ୍ରାମ ‌ସେବା ଜାରି ରହିଛି। କିନ୍ତୁ କୋଲକାତାରେ ଏହାକୁ ବନ୍ଦ କରିବା ନିଷ୍ପତ୍ତିକୁ ଆମେ ସମର୍ଥନ ଜଣାଇବୁ ନାହିଁ ବୋଲି କିଛି ଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି।