ଭୁବନେଶ୍ବର: କାଳିଆ ସ୍କିମ୍ର ଗ୍ରହଣୀୟତା କିଭଳି ରହିଛି ତାହା ଜାଣିବା ଲାଗି ୨୦୧୮ ପରବର୍ତ୍ତୀ ସମୟର ସୋସିଆଲ୍ ମିଡିଆ ତଥ୍ୟକୁ ନେଇ ପ୍ରସ୍ତୁତ ଏକ ଅନୁଶୀଳନ ରିପୋର୍ଟକୁ ସର୍ଭେରେ ସ୍ଥାନ ଦିଆଯାଇଛି। ୟୁଟ୍ୟୁବ୍ ଓ ଟ୍ବିଟର୍ ତଥ୍ୟକୁ ସେଥିପାଇଁ ବ୍ୟବହାର କରାଯାଇଛି। କାଳିଆ ସ୍କିମ୍ ଉପରେ ୟୁଟ୍ୟୁବ୍ରେ ୨୦୦୦ରୁ ଅଧିକ ଭିଡିଓ ରହିଛି ଓ ସେହି ଭିଡିଓଗୁଡ଼ିକୁ ୧୪ କୋଟିରୁ ଅଧିକ ଥର ଲୋକମାନେ ଦେଖିଛନ୍ତି। ଅଧିକାଂଶ ଭିଡିଓ ପ୍ରତି ଲୋକମାନଙ୍କ ପ୍ରତିକ୍ରିୟା ସକାରାତ୍ମକ ରହିଛି। ପ୍ରାୟ ୬୦% ମତ ସକାରାତ୍ମକ, ୩୬% ନିରପେକ୍ଷ ଓ ୪% ନକାରାତ୍ମକ ରହିଛି। ଟ୍ବିଟର୍ରେ କାଳିଆ ସ୍କିମ୍ ସମ୍ପର୍କିତ ଟ୍ବିଟ୍କୁ ୪,୦୦୦ରୁ ଅଧିକ ଲାଇକ୍ ମିଳିଥିବା ବେଳେ ୫,୫୦୦ରୁ ଅଧିକ ଥର ସେଗୁଡ଼ିକୁ ରିଟ୍ବିଟ୍ କରାଯାଇଛି। ଲୋକମାନଙ୍କ ଭାବନା ବିଶ୍ଳେଷଣ ଅଂଶ ସ୍ବରୂପ ‘ଇନଭେଷ୍ଟ ଓଡ଼ିଶା’ର ଗ୍ରହଣୀୟତାର ମଧ୍ୟ ଅନୁଶୀଳନ କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ ଇନଭେଷ୍ଟ ଓଡ଼ିଶା ଉପରେ ୪୦୦ ୟୁଟ୍ୟୁବ୍ ଭିଡିଓ ରହିଛି ଓ ସେଗୁଡ଼ିକୁ ଲୋକମାନେ ୧୬ ନିୟୁତରୁ ଅଧିକ ଥର ଦେଖିଛନ୍ତି। ଭିଡିଓଗୁଡ଼ିକ ଉପରେ ଆସିଥିବା ୬୩% ମତ ସକାରାତ୍ମକ ରହିଛି। ଏହି ବିଷୟ ଉପରେ ଟ୍ବିଟର୍ରେ ୪,୦୦୦ ଟ୍ବିଟ୍ ରହିଛି ଏବଂ ୮୧% ଟ୍ବିଟ୍ରେ ସକାରାତ୍ମକ ମତ ରହିଛି।
ଲୋକଙ୍କ ଭାବନାର ବିଶ୍ଳେଷଣ: କାଳିଆ ଯୋଜନା ଉପରେ ୨୦୦୦ ୟ୍ୟୁଟୁବ୍ ଭିଡିଓ
/sambad/media/post_attachments/wp-content/uploads/2022/03/kalia-yojana-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)