ଗ୍ରାହକ ନେଲେ ଅଡି କ୍ୟୁ ରେଞ୍ଜ୍‌ ଗାଡ଼ି ଚଳାଇବା ମଜା

ଭୁବନେଶ୍ୱର: ଜର୍ମାନୀର ବିଳାସପୂର୍ଣ୍ଣ କାର ନିର୍ମାତା ଅଡି ପକ୍ଷରୁ ଅଡି ଏକ୍ସପେରିଏନସିଆଲ ଡ୍ରାଇଭିଂ କାର୍ଯ୍ୟକ୍ରମ ଅଡି ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଡି କାର୍‌ ପ୍ରେମୀ ଗ୍ରାହକମାନେ ଭାଗ ନେଇ ଅଡି କ୍ୟୁ ରେଞ୍ଜ କାର୍‌ ଚଳାଇବାର ମଜା ନେଇଥିଲେ। ଅଡି କ୍ୟୁ ରେଞ୍ଜର ଇନ୍‌ଷ୍ଟ୍ରକ୍ଟରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଫୁଲନଖରାଠାରେ ପ୍ରସ୍ତୁତ କରାଯାଇଥିବା ଏକ ସ୍ୱତନ୍ତ୍ର ପଡ଼ିଆରେ ଅଡି କ୍ୟୁ ରେଞ୍ଜର, ଅଡି କ୍ୟୁ ୭, ଅଡି କ୍ୟୁ ୫ ଏବଂ ଅଡି କ୍ୟୁ ୩ ଚଳାଇବାର ମଜା ଗ୍ରାହକମାନେ ନେଇଥିଲେ। ଏଥିସହିତ ଏହି ସବୁ ଗାଡ଼ିର ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଅବସରରେ ଅଡି ଇଣ୍ଡିଆର ମୁଖ୍ୟ ରାହିଲ ଅନସାରି କହିଛନ୍ତି, ଗ୍ରାହକଙ୍କ ସହ ଯୋଗାଯୋଗ ରକ୍ଷା କରିବାକୁ ଅଡି ଗୁରୁତ୍ୱ ଦେଇଥାଏ। ଭୁବନେଶ୍ୱରରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଶ୍ରୀ ଆନସାରି ଅଭିନନ୍ଦନ ଜଣାଇଛନ୍ତି। ଅଡି ଭୁବନେଶ୍ୱରର ମହାପ୍ରବନ୍ଧକ, ସେଲ୍ସ ଏବଂ ମାର୍କେଟିଂ, ଭରନୀ କୁମାର କହିଛନ୍ତି, ଅଡି ପ୍ରେମୀଙ୍କୁ ସ୍ୱତନ୍ତ୍ର କ୍ୟୁ ରେଞ୍ଜ ଗାଡ଼ିର କ୍ଷମତା ବିଷୟରେ ଅବଗତ କରାଇବା ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ। ଅଡି ଭୁବନେଶ୍ୱରର ଏହି ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଦୀପକ ଚିନ୍ନାପା, ସନି କୁମାର ପ୍ରମୁଖ ଅଡି ଗାଡ଼ିର ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର