ଭୁବନେଶ୍ୱର,: ରାଜ୍ୟରେ ବର୍ଷକୁ ୧୩ ଲକ୍ଷ ଟନ୍ ଟମାଟୋ, ତିନି ଲକ୍ଷ ଟନ୍ ଆଳୁ ଓ ତିନି ଲକ୍ଷ ଟନ୍ ପିଆଜ ଉତ୍ପାଦନ ହେଉଛି ବୋଲି ରାଜ୍ୟ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ କହିଛନ୍ତି। ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)ର ମିଳିତ ଉଦ୍ୟମରେ ଆଜି ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ ଠାରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସେ କହିଛନ୍ତି ଯେ, ଟମାଟୋକୁ ନେଇ ରାଜ୍ୟର ଆବଶ୍ୟକତା ୩ ଲକ୍ଷ ଟନ୍ ହୋଇଥିବା ବେଳେ ବର୍ଷକୁ ୧୦ ଲକ୍ଷ ଟନ୍ ଅଧିକ ଟମାଟୋ ଉତ୍ପାଦନ ହେଉଛି।
ସେ କହିଲେ, ବଲାଙ୍ଗୀର ଓ ନୂଆପଡ଼ାରେ ଅଧିକ ପିଆଜ ଉତ୍ପାଦନ ହେଉଥିବା ବେଳେ କେନ୍ଦୁଝର, ସୁନ୍ଦରଗଡ଼ ଓ ସମ୍ବଲପୁରରେ ଅଧିକ ଟମାଟୋ ଉତ୍ପାଦନ ହେଉଛି ଏବଂ ବନ୍ଧାକୋବି ଓ ଫୁଲକୋବି ଉତ୍ପାଦନରେ କୋରାପୁଟର ପ୍ରଦର୍ଶନ ଉତ୍ସାହଜନକ ରହିଛି। ଢେଙ୍କାନାଳ ଆମ୍ବ ହବ୍ ଭାବେ ଉଭା ହୋଇଛି ଓ ରାଜ୍ୟରେ ବର୍ଷକୁ ୧୦-୧୧ ଲକ୍ଷ ଟନ୍ ଆମ୍ବ ଉତ୍ପାଦନ କରାଯାଉଛି। ବାଲେଶ୍ୱର, ଢ଼େଙ୍କାନାଳ ଓ କଟକର କିଛି ଅଂଚଳରେ ଆଳୁ ଉତ୍ପାଦନ ବହୁତ ଭଲ ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ସଚିବ ରିମା ପ୍ରକାଶ କରିଛନ୍ତି ଯେ, କିଛି ବର୍ଷ ଭିତରେ ଆଳୁ ଦର ଦୁଇ ଗୁଣ, ଟମାଟୋ ତିନି ଗୁଣ ଓ ପିଆଜ ମୂଲ୍ୟ ଚାରିଗୁଣ ବଢ଼ିଛି ଓ ତାହା ଚିନ୍ତାର କାରଣ। ଏହି ଅବସରରେ କୃଷି ବିଭାଗର ପ୍ରମୁଖ ସଚିବ ଡକ୍ଟର ସୌରଭ ଗର୍ଗ, ଇଡ୍କୋର ଅଧ୍ୟକ୍ଷ ସଞ୍ଜୟ ସିଂହ , ଉଦ୍ୟାନ କୃଷି ସଚିବ ଡକ୍ଟର ବି କେ ଉପାଧ୍ୟାୟ, ଆଇଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଏମ୍ ସି ଥୋମାସ ଓ ସଦସ୍ୟ ଡକ୍ଟର ପ୍ରଦୀପ୍ତ ମହାନ୍ତି ଉପସ୍ଥିତ ଥିଲେ। ନିବେଶକମାନଙ୍କୁ ନେଇ ବି୨ବି ବୈଠକ ମଧ୍ୟ ଆୟୋଜନ କରାଯାଇଥିଲା।
ବର୍ଷକୁ ୧୩ ଲକ୍ଷ ଟନ୍ ଟମାଟୋ ଉତ୍ପାଦନ
/sambad/media/post_attachments/wp-content/uploads/2018/12/paribesh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)