ଭୁବନେଶ୍ୱର: ସ୍ଥାୟୀ ହେପାଟାଇଟିସ୍ ବି ସଂକ୍ରମଣ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ଏହି ରୋଗ ଦ୍ୱାରା ସଂକ୍ରମିତ ୪ ଜଣ ରୋଗୀଙ୍କ ମଧ୍ୟରୁ ଜଣଙ୍କଠାରେ ସିରୋସିି୍ କିମ୍ବା ଲିଭର୍ କ୍ୟାନସର୍ ରୋଗ ଦେଖାଦେଉଛି ବୋଲି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ୍ ଡକ୍ଟର ମନୋଜ କୁମାର ସାହୁ କହିଛନ୍ତି। ଠିକ୍ ସମୟରେ ଟୀକାକରଣ ଓ ଆଣ୍ଟି ଭାଇରାଲ୍ ଔଷଧ ସେବନ କଲେ ହେପାଟାଇଟିସ୍ ବି ସଂକ୍ରମଣକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହି ରୋଗ ହେବାର ଆଶଙ୍କା ରହିଛି। ଶ୍ରୀ ସାହୁ କହିଛନ୍ତି ଯେ, ରୋଗୀମାନେ ଏହି ରୋଗ ବିଷୟରେ ସହଜରେ ଜାଣିପାରନ୍ତି ନାହିଁ। ସେଥିପାଇଁ ସେମାନେ ଠିକ୍ ସମୟରେ ଏହାର ଚିକିତ୍ସା କରିପାରନ୍ତି ନାହିଁ। ରୋଗୀମାନେ ଠିକ୍ ସମୟରେ ଔଷଧ ସେବନ କରି ଏଥିରୁ ଆରୋଗ୍ୟ ଲାଭ କରିପାରିବେ ବୋଲି ସେ କହିଛନ୍ତି।
‘ସ୍ଥାୟୀ ହେପାଟାଇଟିସ୍ ବି ସଂକ୍ରମଣ ଚିନ୍ତାଜନକ’
/sambad/media/post_attachments/wp-content/uploads/2018/07/754px-Hepatitis_B_virus_v2_svg.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)