ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (ଇଭି)ରେ ବ୍ୟବହାର ହେଉଥିବା ବ୍ୟାଟେରିର ପ୍ରମୁଖ ଉପାଦାନ ଲିଥିଅମ୍ ଖଣିର ବାଣିଜ୍ୟିକ ଖନନ ଲାଗି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଏନେଇ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୧୯୫୭ରେ ଆବଶ୍ୟକ ସଂଶୋଧନ କରାଯାଇଛି। ୨୦୧୪ ପରେ ପଞ୍ଚମ ଥର ଲାଗି ଖଣି ନିୟମକୁ ସଂଶୋଧନ କରାଯାଇଛି। ଏଥର କରାଯାଇଥିବା ପରିବର୍ତ୍ତନ ଅନୁସାରେ କଂପାନିଗୁଡ଼ିକ କେଉଁ ଅଞ୍ଚଳରେ ଅନୁସନ୍ଧାନ କରିବାକୁ ଚାହୁଛନ୍ତି ଓ ଖଣି ଖନନ କରିବାକୁ ଚାହୁଛନ୍ତି ତାହା ସରକାରଙ୍କୁ ଜଣାଇପାରିବେ। ସାଧାରଣତଃ ସରକାର ଖଣି ସନ୍ଧାନ କରିବା ପରେ ତାହାକୁ ବିକାଶ କରିବା ଲାଗି କଂପାନିଗୁଡ଼ିକୁ ଆମନ୍ତ୍ରଣ କରିଥାନ୍ତି।
ଲିଥିଅମ୍ର ବାଣିଜ୍ୟିକ ଖନନକୁ ଅନୁମତି
/sambad/media/post_attachments/wp-content/uploads/2023/07/6565f4sf65h4f6.jpg)
/sambad/media/agency_attachments/2024-07-24t043029592z-sambad-original.webp)