ପେନ୍‌ ଉପରୁ ଜିଏସ୍‌ଟି କମାଇବାକୁ ନିବେଦନ

ମୁମ୍ବାଇ: ପେନ୍‌ରେ ୧୮% ଜିଏସ୍‌ଟି ଲଗାଇବା ପରେ ତାହାର ଦାମ୍ ବଢ଼ିଯାଇଛି। ଫଳରେ ଲୋକମାନେ ପେନ୍ କିଣିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ଜିଏସ୍‌ଟି କମ୍ କରିବା ଲାଗି ପେନ୍ ନିର୍ମାତାମାନେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି। ପୂର୍ବରୁ କେବଳ ‌ଫାଉଣ୍ଟେନ୍‌ ପେନ୍ ଓ ଷ୍ଟାଇଲୋଗ୍ରାଫ୍‌ ପେନ୍ ଉପରେ ୧୮% ଜିଏସ୍‌ଟି ଲଗାଯାଇଥିଲା। ବଲ୍ ପେନ୍‌ ଉପ‌ରେ ୧୨% ଜିଏସ୍‌ଟି ରହିଥିଲା। ୨୦୨୧ ଅକ୍ଟୋବର ଠାରୁ ସବୁ ପ୍ରକାର ପେନ୍ ଉପରେ ୧୮% ଜିଏସ୍‌ଟି ଲାଗୁ ହୋଇଛି। ଏବେ ପେନ୍ ହୋଲ୍ଡର, ପେନ୍‌ସିଲ୍ ହୋଲ୍ଡର, କ୍ୟାପ୍ ଓ କ୍ଲିପ୍ ଆଦି ଉପରେ ମଧ୍ୟ ୧୮% ଜିଏସ୍‌ଟି ଲାଗୁ କରାଯାଇଛି। ଲେଖନୀ ନିର୍ମାତା ସଂଘ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ ବ୍ୟାପିବା ପରଠାରୁ ସ୍କୁଲ ଓ କଲେଜ ଆଦି ସବୁ ପ୍ରକାର ଶିକ୍ଷାନୁଷ୍ଠାନ ବନ୍ଦ ରହିବାରୁ ‌ପେନ୍ ନିର୍ମାତାମାନେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହି ସଙ୍କଟରୁ ସେମାନେ ଉଦ୍ଧାର ପାଇନଥିବା ବେଳେ ଜିଏସ୍‌ଟିକୁ ୧୮% ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବାରୁ କଂପାନିଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର