ପେଟ୍ରୋକେମିକାଲ୍‌ସ କ୍ଲଷ୍ଟର୍‌ରେ ଏସବୁ ଦରକାର

ଭୁବନେଶ୍ୱର: ଏକ ପେଟ୍ରୋକେମିକାଲ୍‌ସର ସଫଳତା ଅନେକ କିଛି ଉପରେ ନିର୍ଭର କରୁଛି। ସେଥିପାଇଁ ପ୍ରଥମେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପଡ଼ିବ ବୋଲି ଏଟି କେର୍ଣ୍ଣିର ଅଂଶୁମାନ ମାହେଶ୍ୱରୀ କହିଛନ୍ତି। ସେ କହିଛନ୍ତି ଯେ ଉନ୍ନତ ପରିବେଶ ସହିତ ସୁଦୃଢ଼ ଲଜିଷ୍ଟିକ୍‌ ନେଟଓ୍ଵର୍କ, ନିବେଶକ ମିତବ୍ୟୟୀ ନୀତି, ଗୁଣାତ୍ମକ ଭିତ୍ତିଭୂମି ବ୍ୟବସ୍ଥା ଏବଂ ପ୍ରକଳ୍ପର ମାଲିକାନା ଢ଼ାଞ୍ଚା ଉପରେ ଏକ ପେଟ୍ରୋକେମିକାଲ୍‌ସ କ୍ଲଷ୍ଟର୍‌ର ସଫଳତା ନିର୍ଭର କରୁଛି। ଏହି ସବୁ ସୁବିଧା ଥିଲେ ନିବେଶକମାନେ ନିଶ୍ଚିତ ଭାବେ ସେହି କ୍ଲଷ୍ଟର୍‌ରରେ ନିଜର ପ୍ରକଳ୍ପ ପ୍ରତିଷ୍ଠା କରିବେ ବୋଲି ସେ କହିଛନ୍ତି। ସଫଳ ପେଟ୍ରୋକେମିକାଲ୍‌ସ କ୍ଲଷ୍ଟର୍‌ କ’ଣ ତାହା ଜାଣିବାକୁ ଚାହୁଁଥିବା ଲୋକମାନେ ୟୁରୋପର ରୋଟରଡ୍ୟାମ୍‌, ସିଙ୍ଗାପୁରର ଜୁରଙ୍ଗ ଏବଂ ଚୀନ୍‌ର ଫୁଜିଆନ ପରିଦର୍ଶନ କରିବା ଦରକାର ବୋଲି ସେ କହିଛନ୍ତି। ରୋଟରଡ୍ୟାମ୍‌ରେ ୧୨୫ରୁ ଅଧିକ କଂପାନି ଗୋଟିଏ କ୍ଲଷ୍ଟର୍‌ ଭିତରେ କାମ କରୁଛନ୍ତି। ସେହିପରି ସିଙ୍ଗାପୁରର ଜୁରଙ୍ଗଠାରେ ଥିବା କ୍ଲଷ୍ଟରରେ ସଫଳତାର ସହିତ ୯୫ରୁ ଅଧିକ ସଂସ୍ଥା କାମ କରୁଛନ୍ତି।

ସମ୍ବନ୍ଧିତ ଖବର