ପେଟ୍ରୋଲ ୧୫, ଡିଜେଲ ୬ ପଇସା ବଢ଼ିଲା

ଭୁବନେଶ୍ୱର: ରବିବାର ଭୁବନେଶ୍ୱରରେ ଡିଜେଲ ଦର ପ୍ରଥମ ଥର ପାଇଁ ୭୯ ଟଙ୍କା ଟପି ଯାଇଥିଲେ ମଧ୍ୟ ତେଲ ଦର ବୃଦ୍ଧି ଅବ୍ୟାହତ ରହିଛି। ସୋମବାର ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୬ ପଇସା ବଢ଼ିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କା ୯୦ ପଇସା ପହଞ୍ଚି ଯାଇଛି। ସେହିଭଳି ଡିଜେଲ ଦର ୭୯ ଟଙ୍କା ୧୧ ପଇସାକୁ ବୃଦ୍ଧି ଘଟିଛି। ରବିବାର ପେଟ୍ରୋଲ ଦର ୨୮ ପଇସା ଓ ଡିଜେଲ ଦର ୨୦ ପଇସା ବୃଦ୍ଧି ଘଟିଥିଲା। ଚଳିତମାସ ୧ ତାରିଖରୁ ୧୭ ତାରିଖ ମଧ୍ୟରେ ଡିଜେଲ ଦର ଭୁବନେଶ୍ୱରରେ ୩ ଟଙ୍କା ୮୫ ପଇସା ବଢ଼ିଗଲାଣି। ଗତମାସ ୩୦ ତାରିଖରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଡିଜେଲ ଦର ୭୫ ଟଙ୍କା ଟପିଥିଲା। ଏହାପରେ ଚଳିତମାସ ୩ ତାରିଖରେ ଡିଜେଲ ଦର ୭୬ ଟଙ୍କା, ୭ ତାରିଖରେ ୭୭ ଟଙ୍କା ଏବଂ ୧୦ ତାରିଖରେ ୭୮ ଟଙ୍କା ଟପିଥିବା ବେଳେ ୧୬ ତାରିଖରେ ୭୯ ଟଙ୍କା ଟପିଯାଇଛି। ସେହିଭଳି ରାଜଧାନୀରେ ପେଟ୍ରୋଲ ଦର ଚଳିତମାସରେ ୩ ଟଙ୍କା ୩୫ ପଇସା ମହଙ୍ଗା ହୋଇଗଲାଣି। ଗତମାସ ୨୯ ତାରିଖରେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୭୭ ଟଙ୍କା ଟପିଥିଲା। ଚଳିତମାସ ୧ ତାରିଖରେ ଏହା ୭୭ ଟଙ୍କା ୫୫ ପଇସା ରହିଥିଲା। ଏହାପରେ ୩ ତାରିଖରେ ୭୮ ଟଙ୍କା ଏବଂ ୮ ତାରିଖରେ ୭୯ ଟଙ୍କା ଏବଂ ୧୪ ତାରିଖରେ ୮୦ ଟଙ୍କା ଟପିଥିଲା।

ସମ୍ବନ୍ଧିତ ଖବର