ଆଗକୁ ପେଟ୍ରୋଲ, ଡିଜେଲ ଶସ୍ତା ହେବ

ନୂଆଦିଲ୍ଲୀ: ଆଗାମୀ ଦିନରେ ସ୍ଥାନୀୟ ବଜାରରେ ଲୋକମାନେ କମ୍ ଦାମରେ ପେଟ୍ରୋଲ୍ ଓ ଡିଜେଲ୍ କିଣିବାର ସୁଯୋଗ ପାଇବେ। ଏବେ ଏହି ଦୁଇ ପ୍ରକାର ତେଲର ଦର ଆକାଶଛୁଆଁ ସ୍ତରରେ ରହିଛି। ଆନ୍ତର୍ଜାତିକ ବଜାରରେ ତେଲ ଦର କମ୍ ହେଉଥିବାରୁ ଆଗାମୀ ଦିନରେ ଲୋକମାନେ ଆହୁରି ଶସ୍ତାରେ ପେଟ୍ରୋଲ ଓ ଡିଜେଲ୍‌ କିଣିପାରିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୭୦ ଡଲାର ତଳକୁ ଖସି ଆସିଛି। ସାତ ମାସ ପରେ ପ୍ରଥମ ଥର ପାଇଁ ତେଲ ଦରକୁ ଏଭଳି ସ୍ତରରେ ଦେଖିବାକୁ ମିଳିଛି। ଶେଷ ଥର ପାଇଁ ଚଳିତ ବର୍ଷ ଏପ୍ରିଲ୍ ମାସରେ ଅଶୋଧିତ ତେଲ ଦର ୭୦ ଡଲାରରୁ କମ୍ ରହିଥିଲା। ଏହାପରେ ସେଥିରେ ବୃଦ୍ଧିର ଧାରା ଜାରି ହୋଇଯାଇଥିଲା ଓ ଅକ୍ଟୋବର ୩ ତାରିଖ ବେଳକୁ ତେଲ ଦର ବ୍ୟାରେଲ ପିଛା ୮୬.୭୪ ଡଲାର ହୋଇଯାଇଥିଲା। ଆଜି ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍ ପିଛା ଦର ୬୯.୭୦ ଡଲାର ରହିଥିଲା।

ସମ୍ବନ୍ଧିତ ଖବର