ଭୁବନେଶ୍ବର : ଦେଶରେ କ୍ରମାଗତ ଷଷ୍ଠ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଛି। ଏଥିଯୋଗୁ ଭୁବନେଶ୍ବରରେ ରବିବାର ପେଟ୍ରୋଲ ଦର ଲିଟର ପିଛା ୮୯ ଟଙ୍କା ୪୩ ପଇସା ଏବଂ ଡିଜେଲ ଦର ୮୬ ଟଙ୍କା ୧୫ ପଇସାରେ ପହଞ୍ଚିଛି। ଶନିବାର ତୁଳନାରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୨୯ ପଇସା ଏବଂ ଡିଜେଲ ଦର ୩୫ ପଇସା ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଇ ପ୍ରତିଦିନ ଏହା ନୂଆ ରେକର୍ଡ କରୁଛି। ଦର ବୃଦ୍ଧି ଯୋଗୁଁ ମାଲକାନଗିରି ସମେତ ରାଜ୍ୟର ଅନ୍ୟ କେତେକ ସହରରେ ପେଟ୍ରୋଲ ଏବଂ ଡିଜେଲ ଦର ୯୦ ଟଙ୍କା ଅତିକ୍ରମ କରିଥିବାବେଳେ ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ୯୦ ଟଙ୍କା ନିକଟତର ହୋଇଥିବାବେଳେ ଡିଜେଲ ଦର ୮୬ ଟଙ୍କା ଟପିଯାଇଛି।

Advertisment

publive-image